ଝାରସୁଗୁଡ଼ା: ନବ ଦାସ ହତ୍ୟା ମାମଲା ମାମଲାରେ ଆଜି ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲରୁ ଆଣି ଝାରସୁଗୁଡାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଦଳ (ଟିମ୍)। ସୂଚନା ଅନୁସାରେ, ଗୋପାଳ ଦାସକୁ ଓଏସଏପି ବାଟାଲିଅନରୁ ଜେଏମଏଫସିଙ୍କ ଅଦାଲତକୁ ଅଣାଯାଇଥିଲା। ଜେଏମଏଫସିଙ୍କ ଅଦାଲତରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ ଅନୁଯାୟୀ ଅଭିଯୁକ୍ତ ଗୋପାଳ ବିରୋଧରେ ଚାର୍ଜଫ୍ରେମ ଶେଷ ହୋଇଛି। ପ୍ରକାଶ ଯେ, ପୁଲିସ ଏଏସ୍ଆଇ ଗୋପାଳ ଦାସ ଜାନୁଆରୀ ୨୯ ତାରିଖରେ କ୍ୟାବିନେଟ୍ ମନ୍ତ୍ରୀ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରିଥିଲା।
Popular Categories



