www.samajalive.in
Monday, December 8, 2025
27.1 C
Bhubaneswar

ଦିବ୍ୟାଙ୍ଗ ପିଲାଙ୍କୁ ସହାୟକ ଉପକରଣ ବଣ୍ଟନ

ଆଠଗଡ: ଆଠଗଡର ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ବଣ୍ଟନ କରାଯାଇଛି । ବ୍ଲକ ଶିକ୍ଷାଧିକାରୀ ବିଜୟଲକ୍ଷ୍ମୀ ସାମଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ମଣ୍ଡଳ ସାଧନ କେନ୍ଦ୍ର ଅଧିକାରୀ ନବକିଶୋର ସାହୁ ସଂଯୋଜନା କରିଥିଲେ । ଦିବ୍ୟାଙ୍ଗ ପିଲାଙ୍କୁ ନ୍ୟୁନ ଦୃଷ୍ଟିରେ ନଦେଖି ସେମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ଆମ ସମସ୍ତଙ୍କର ନୈତିକ ଓ ସାମାଜିକ ଦାୟିତ୍ୱ ବୋଲି ବିଆରସିସି ଶ୍ରୀ ସାହୁ, ସିଆରସିସି ମୁରଲୀଧର ସାହୁ ଓ ବିଶ୍ୱନାଥ ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଭୁବନ ରଞ୍ଜନ ଦାସ ମତବ୍ୟକ୍ତ କରିଥିଲେ । ଦିବ୍ୟାଙ୍ଗ ପିଲାଙ୍କ ନିକଟରେ କିପରି ସମସ୍ତ ସୁବିଧା ସୁଯୋଗ ପହଞ୍ଚି ପାରିବ ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ବିଆରସିସି ଶ୍ରୀ ସାହୁ ପ୍ରକାଶ କରିଥିଲେ । ଏଥିରେ ୨୫ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଯୋଗଦେଇଥିଲେ। ମସ୍ତିଷ୍କ ପକ୍ଷାଘାତରେ ଆକ୍ରାନ୍ତ ପିଲାଙ୍କୁ ଫିଜିଓଥେରାପି ବଲ୍‍ ଓ ଶ୍ରବଣବାଧିତ ପିଲାଙ୍କୁ ଶ୍ରବଣ ଉପକରଣମାନ ବଣ୍ଟନ କରାଯାଇଥିଲା। ଗୋଷ୍ଠୀ ସମ୍ବଳ ଶିକ୍ଷୟିତ୍ରୀ ବିସ୍ମିତା ମହାନ୍ତି, ମମତା ମହାନ୍ତି ଓ ଦିପ୍ତୀମୟୀ ରାଉତ ସଂପୃକ୍ତ ଉପକରଣ ଗୁଡିକୁ କିପରି ବ୍ୟବହାର କରାଯିବା ତାହା ବୁୁଝାଇଥିଲେ ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories