www.samajalive.in
Friday, December 12, 2025
15.1 C
Bhubaneswar

ମଣ୍ଡିରେ ଧାନ ରଖୁ ନ ଥିବା ଅଭିଯୋଗ, ଜିଲା ପ୍ରଶାସନକୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଜିଲାର ୨୨ଟି ସ୍ଥାନରେ ଧାନମଣ୍ଡି ଖୋଲାଯାଇଛି। କିନ୍ତୁ ଜିଲାର ଅନେକ ମଣ୍ଡିରେ ଦାୟିତ୍ୱରେ ଥିବା କର୍ମଚାରୀମାନେ ଧାନ କ୍ରୟ କରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି କନ୍ଧମାଳ ଜିଲା ଚାଷୀ। ଆଜି ଏନେଇ ବିିଭିନ୍ନ ଅଞ୍ଚଳର ଚାଷୀମାନେ କନ୍ଧମାଳ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଜିଲା ବେସାମରିକ ଯୋଗାଣ ଅଧିକାରୀ ଭବାନି ପ୍ରସାଦ ଦାସଙ୍କୁ ପ୍ରଦାନ କରିଛନ୍ତି ।

ଚାଷୀଙ୍କ ଅଭିଯୋଗ ପ୍ରକାରେ, ଚକାପାଦ ଅଞ୍ଚଳର ଚାଷୀମାନେ ଧାନ ଧରି କୃଷି ସମବାୟ ସମିତିକୁ ଗଲେ ସେଠାରେ କୌଣସି ମିଲର ଆସିନାହାନ୍ତି, ଧାନ କିଣାହେବ ନାହିଁ ବୋଲି ଲ୍ୟାମ୍ପ ସଂପାଦକମାନେ ଫେରାଇ ଦେଉଛନ୍ତି ବୋଲି ଅଭିଯୋଗ କରିଥିବା ବେଳେ ଜିଲାର ଅନ୍ୟ କେତେକ ମଣ୍ଡିରେ ମଧ୍ୟ ଏକା ଅବସ୍ଥା ବୋଲି ଅଭିଯୋଗ ହୋଇଛି। ଫଳରେ ଚାଷୀମାନେ ଗାଡ଼ି ଭଡ଼ା କରି ଧାନ ଧରି ମଣ୍ଡିରେ ପହଞ୍ଚୁଥିବା ବେଳେ ଧାନ କିଣା ଯାଉ ନ ଥିବା ଯୋଗୁଁ ପୁଣିଥରେ ଗାଡ଼ିଭଡ଼ା କରି ଫେରିବାକୁ ବାଧ୍ୟ ହୋଇ ଅଜଥା ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ବାଲିଗୁଡ଼ା ବ୍ଳକର ଲଣ୍ଡାଗାଁ ବ୍ୟତିତ ଜିଲାର ଅନ୍ୟ ୨୧ଟି ମଣ୍ଡିରେ ଧାନ କିଣାଯାଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ଏଭଳି ସ୍ଥଳେ ଜିଲାରେ ଅଧିକ ମିଲର ବ୍ୟବସ୍ଥା କରି ଚାଷୀମାନଙ୍କର ଧାନକ୍ରୟ କରିବାର ସୁବିଧା ପାଇଁ ଦାବି କରିଛନ୍ତି ଚାଷୀମାନେ। ଆଜି ଦାବିପତ୍ର ପ୍ରଦାନ ବେଳେ ଚାଷୀ ସନ୍ତୋଷ କୁମାର ପଟ୍ଟନାୟକ, ବଳରାମ ମଲିକଙ୍କ ନେତୃତ୍ୱରେ ବହୁ ଚାଷୀ ଦାବିପତ୍ର ପ୍ରଦାନ କରିଛନ୍ତି। ତେବେ ଅଭିଯୋଗ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀଙ୍କ ମତାମତ ନେବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories