www.samajalive.in
Saturday, December 6, 2025
19.1 C
Bhubaneswar

ପ୍ରଥମ ଦିନରେ ଆଶାଠାରୁ ବହୁ ଗୁଣା କମ୍‍ ଆୟ କଲା ‘ଦବଙ୍ଗ୍‍-୩’: କାରଣ ସିଏଏ!

ମୁମ୍ବଇ: ବଲିଉଡ଼ ସୁପରଷ୍ଟାର ସଲମାନ ଖାନଙ୍କ ଅଭିନୀତ ଚଳଚ୍ଚିତ୍ର ‘ଦବଙ୍ଗ୍‍-୩’ ମୁକ୍ତିଲାଭ କରି ସାରିଛି। ଶୁକ୍ରବାର ପରଦାକୁ ଆସିଥିବା ଏହି ଚଳଚ୍ଚିତ୍ର ପ୍ରଥମ ଦିନରେ ଅତି କମ୍‍ରେ ୪୦ କୋଟି ଟଙ୍କା ଆୟ କରିବ ବୋଲି ଅନୁମାନ କରାଯାଉଥିଲେ ମଧ୍ୟ ଏହା ଆଶାଠାରୁ ବହୁ ଗୁଣା କମ୍‍ ଆୟ କରିଛି। ବିଶେଷଜ୍ଞଙ୍କ ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁସାରେ, ‘ଦବଙ୍ଗ୍‍-୩’ ପ୍ରଥମ ଦିନରେ ୨୩ କୋଟି ଟଙ୍କାର ବ୍ୟବସାୟ କରିଛି। ତେବେ ନାଗରିକତା ସଂଶୋଧନ ଆଇନକୁ ନେଇ ଦେଶ ବ୍ୟାପୀ ଚାଲିଥିବା ବିରୋଧ ପ୍ରଦର୍ଶନ ଚଳଚ୍ଚିତ୍ରର ଆୟକୁ ପ୍ରଭାବିତ କରିଥିବା କୁହାଯାଉଛି।
ବକ୍ସ ଅଫିସ ଇଣ୍ଡିଆର ସୂଚନା ଅନୁସାରେ, ସିଏଏକୁ ନେଇ ଚାଲିଥିବା ବିରୋଧ ପ୍ରଦର୍ଶନ ଯୋଗୁଁ ଚଳଚ୍ଚିତ୍ରକୁ ବହୁ ମାତ୍ରାର କ୍ଷତି ସହିବାକୁ ପଡ଼ିଛି। ଅନେକ ଜନଗହଳି ପୂର୍ଣ୍ଣ ସ୍ଥାନ ରହିଛି, ଯେଉଁଠି ସଲମାନଙ୍କ ଚଳଚ୍ଚିତ୍ରରେ ପ୍ରେକ୍ଷାଳୟ ହାଉସଫୁଲ୍‍ ହୋଇଥାଏ। କିନ୍ତୁ ପରିବେଶ ଅଶାନ୍ତ ଥିବାରୁ କେଉଁଠି ଲୋକେ ସିନେମା ଦେଖିବାକୁ ପହଞ୍ଚି ପାରୁ ନାହାନ୍ତି ତ ଆଉ କେଉଁଠି ପରଦାରେ ଫିଲ୍ମ ଚାଲି ପାରୁନାହିଁ। ଅନେକ ସ୍ଥାନରେ ଧାରା ୧୪୪ ମଧ୍ୟ ଲାଗୁ କରାଯାଇଛି। ଏସବୁ କାରଣରୁ ଚଳଚ୍ଚିତ୍ରକୁ ପ୍ରାୟ ୧୫ରୁ ୨୦ ପ୍ରତିଶତ କ୍ଷତି ସହିବାକୁ ପଡ଼ିଥିବା କୁହାଯାଉଛି। ତଥାପି ଆଗକୁ ଚଳଚ୍ଚିତ୍ରର ଆୟ ବଢିବ ବୋଲି ଅନୁମାନ କରାଯାଉଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories