ବାତ୍ୟା ୟାସ ସ୍ଥଳଭାଗ ଆଡକୁ ତୀବ୍ର ବେଗରେ ନିକଟତର ହେଉଛି। ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଏବେ ବାତ୍ୟା ୟାସ ପାରାଦୀପ ଠାରୁ ୧୦୦, ଧାମରା ଠାରୁ ୯୦, ବାଲେଶ୍ୱର ଠାରୁ ୧୫୦ ଓ ଦିଘା ଠାରୁ ୧୫୦ କିଲୋମିଟର ଦୂରରେ ରହିଛି। ଗତ ୬ ଘଣ୍ଟା ମଧ୍ୟରେ ବାତ୍ୟା ୟାସ ଘଂଟାପ୍ରତି ୧୧ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି ଓ ଏହା ଆଜି ସକାଳ ସୁଦ୍ଧା ଧାମରା ନିକଟବର୍ତ୍ତୀ ହେବା ସହ ମଧ୍ୟାହ୍ନ ସୁଦ୍ଧା ପାରାଦୀପ ଓ ସାଗର ଦୀପ ମଧ୍ୟଦେଇ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁବା ବେଳକୁ ବାତ୍ୟା ୟାସର ଘଂଟାପ୍ରତି ବେଗ ୧୩୦ରୁ ୧୪୦ ଏବଂ ୧୫୫ କିଲୋମିଟରକୁ ବୃଦ୍ଧି ହେବ।
ବାତ୍ୟା ୟାସ ପ୍ରଭାବରେ ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କଟକ, ଢେଙ୍କାନାଳ ଏବଂ କେନ୍ଦୁଝର ଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଏବଂ ପୁରୀ, ଖୋର୍ଦ୍ଧା, ଅନୁଗୁଳ, ଦେବଗଡ଼ ଏବଂ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେବେ କେନ୍ଦ୍ରାପଡା, ଭଦ୍ରକ ଏବଂ ବାଲେଶ୍ୱରରେ ପବନର ବେଗ ଅଧିକ ରହିବ ବୋଲି ସୂଚନା ମିଳିଛି।



