www.samajalive.in
Saturday, December 6, 2025
16.1 C
Bhubaneswar

ବାତ୍ୟା ‘ଜୱାଦ’ ; ୧୨ ଘଣ୍ଟା ପରେ ଅବପାତ ରୂପ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଜୱାଦ’ ୧୨ ଘଣ୍ଟାରେ ଅବପାତ ରୂପ ନେବା ସହ ସର୍ବାଧିକ ପବନର ବେଗ ୧୦୦ କିମି ରହିବ। ଏନେଇ ନେଇ ଆଇଏମଡି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଆଜି ଦେଇଛନ୍ତି। ଏବେ ୱେଲମାର୍କ ଲୋପ୍ରେସର ରହିଛି। ୧୨ ଘଣ୍ଟା ପରେ ଅବପାତ ରୂପ ନେବ। ଅବପାତ ରୂପ ନେବା ପରେ ବାତ୍ୟାର ଗତିପଥ ଅଧିକ ସ୍ପଷ୍ଟ ହୋଇପାରିବ। ତେବେ ବାତ୍ୟାରେ ପବନର ସର୍ବାଧିକ ୯୦ ରୁ ୧୦୦ କିମି ରହିବ। ପବନ ବେଗ ତା’ଠାରୁ ଅଧିକ ହେବା ଆଶଙ୍କା ନାହିଁ ବୋଲି ଆଇଏମଡି କହିଛନ୍ତି। ଏହାସହ ୩ ତାରିଖ ମଧ୍ୟରାତ୍ର ପରେ ପବନ ବେଗ ବଢିବାକୁ ଲାଗିବ। ୪ ତାରିଖ ଅପରାହ୍ନ ବେଳକୁ ପବନ ୭୦ ରୁ ୯୦ କିମି ପର୍ଯ୍ୟନ୍ତ ରହିବ। ତେବେ ବାତ୍ୟା ଉପକୂଳ ଅତିକ୍ରମ କରିବ କି ନାହିଁ ଏବେ ସ୍ପଷ୍ଟ ହୋଇପାରି ନାହିଁ। ଅବପାତ ହେବା ପରେ ସେନେଇ ସ୍ପଷ୍ଟ ସୂଚନା ମିଳି ପାରିବ। ବାତ୍ୟା ଦିଗ ପରିବର୍ତ୍ତନ କରିପାରେ ବୋଲି ଆଇଏମଡି କହିଛନ୍ତି। ଦିଗ ପରିବର୍ତ୍ତନ କଲେ ମଧ୍ୟ ବର୍ଷାର ପ୍ରକୋପ ଜାରି ରହିବ। ୩ ରୁ ୫ ପର୍ଯ୍ୟନ୍ତ ଓଡିଶାରେ ବର୍ଷା ଲାଗି ରହିବ। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ୬୨ଟି ଏନଡିଆରଏଫ ଟିମ ନିୟୋଜିତ କରାଯାଇଛି। ଓଡିଶା ସମେତ ୫ ରାଜ୍ୟରେ ୬୨ ଏନଡିଆରଏଫ ଟିମ ମୁତୟନ ହୋଇଛନ୍ତି। ଓଡିଶା, ଆନ୍ଧ୍ର, ପଶ୍ଚିମବଙ୍ଗ, ତାମିଲନାଡୁ ଓ ଆଣ୍ଡାମାନ ନିକୋବରରେ ମୁତୟନ କରାଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories