www.samajalive.in
Sunday, December 14, 2025
26.1 C
Bhubaneswar

ବାତ୍ୟାର ରୂପ ନେଲା ଲଘୁଚାପ – ବାତ୍ୟା ହମୁନ୍‌ ଏବେ ବାଂଲାଦେଶ ମୁହାଁ

ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେଇଛି । ଏବେ ଏହା ସମୁଦ୍ର ମଧ୍ୟରେ ଉତ୍ତର ଏବଂ ଉତ୍ତରପୂର୍ବ ଦିଗରେ ଗତି କରୁଛି । ଏହି ବାତ୍ୟା ଯୋଗୁଁ ଓଡ଼ିଶା ପ୍ରତି ବିପଦ ନାହିଁ । ଉତ୍ତର ଓଡ଼ିଶାର ଏବଂ ଉପକୂଳ ଓଡିଶାରେ ହାଲୁକା ବର୍ଷା ସମ୍ଭାବନା ରହିଛି । ବାତ୍ୟା ହମୁନ ଯୋଗୁଁ ଆକାଶ ମେଘାଚ୍ଛନ୍ନ ରହିଛି । ହମୁନ୍‌ ଏକ ଇରାନୀୟ ଶଦ୍ଦ । ଉପକୂଳ ସହ ଏବେ ସମାନ୍ତରଳ ଭାବେ ଉତ୍ତର ଉତ୍ତର-ପୂର୍ବ ଦିଗରେ ବାତ୍ୟା ଅଗ୍ରସର ହେଉଛି । ବାଂଲାଦେଶର ଚିଟଗଙ୍ଗ ନିକଟରେ ଏହା ସ୍ଥଳଭାଗ ଅତିକ୍ରମ କରିବ । ସମୁଦ୍ର ଭିତରେ ଏହା ବାତ୍ୟାର ବା ଘୂ୍‌ର୍ଣ୍ଣୀଝଡର ଆକାର ଧାରଣ କରିବା ପରେ ଦୁର୍ବଳ ହୋଇଯିବ ବୋଲି ସ୍କାଏମେଟ୍‌ ପକ୍ଷରୁ କୁହାଯାଇଛି ।

ସ୍ଥଳଭାଗ ଅତିକ୍ରମ କରିବା ସମୟରେ ଏହା ଗଭୀର ଅବପାତରେ ପରିଣତ ହେବ । ଏହାର ପ୍ରଭାବରେ ବାଂଲାଦେଶ ଏବଂ ଉତ୍ତର ପଶ୍ଚିମବଙ୍ଗରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ ।
ଏହି ସମୟରେ ପବନର ବେଗ ୪୦ରୁ ୫୦ କିଲୋମିଟର ମଧ୍ୟରେ ରହିବ। ଏହି ସମୟରେ ମତ୍ସଜୀବୀମାନଙ୍କୁ ସମୁଦ୍ରମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories