ବାତ୍ୟା ଦାନା – କଟକ ମାଲଗୋଦାମରୁ ପଠାଗଲା ରିଲିଫ
ଡେସ୍କ: ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବୁଧବାର କଟକ ମାଲଗୋଦାମରୁ ରିଲିଫ ପଠାଯିବା କାର୍ଯ୍ୟ ଆରମ୍ଭ ହୋଇଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବିତ ହେବାକୁ ଥିବା ୬ଟି ଜିଲା ପାଇଁ ରିଲିଫ ସ୍ୱତନ୍ତ୍ର ଟ୍ରକରେ ଯିବା ଆରମ୍ଭ ହୋଇଛି। ଶୁଖିଲା ଖାଦ୍ୟ ଯେପରି ଚୁଡା , ଗୂଡ଼, ଚିନି, ମହମବତି ଆଦି ଖାଦ୍ୟ ପ୍ରଭାବିତ ହେବାକୁ ଥିବା ଜିଲା ମାନଙ୍କ ପାଇଁ ପଠାଯାଉଛି। ସିଏମସି ଯୋଗାଣ ବିଭାଗ ଓ ମାଲଗୋଦାମ ବ୍ୟବସାୟୀ ସଂଘର ଉପସ୍ଥିତିରେ ସମସ୍ତ ଶୁଖିଲା ଖାଦ୍ୟ ପଠାଯାଇଛି। ଯଦି ସରକାରଙ୍କ ନିର୍ଦେଶ ଆସେ ତେବେ ବାତ୍ୟା ଆଶ୍ରୟସ୍ଥଳ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଯିବ ବୋଲି କହିଛନ୍ତି ସିଏମସି ଯୋଗାଣ ନିରୀକ୍ଷଣ କେଦାରନାଥ ପ୍ରଧାନୀ।
ବାତ୍ୟା ଦାନା – କଟକ ମାଲଗୋଦାମରୁ ପଠାଗଲା ରିଲିଫ ସାମଗ୍ରୀ: କେଦାରନାଥ ପ୍ରଧାନୀ (ସିଏମସି ଯୋଗାଣ ନିରୀକ୍ଷକ) pic.twitter.com/6ehujomOuF
— Samaja Live (@samajalive) October 23, 2024
ଅନ୍ୟପଟେ ମାଲଗୋଦାମରୁ ରିଲିଫ ଯିବା ପରେ ମଧ୍ୟ ୧୦ ଦିନ ପାଇଁ ରାସନ ସାମଗ୍ରୀ ମହଜୁଦ ରହିଛି। ଖାଉଟି ମାନେ ଆଦୌ ଚିନ୍ତା କରନ୍ତୁ ନାହିଁ ବୋଲି କହିଛନ୍ତି ମାଲଗୋଦାମ ବ୍ୟବସାୟୀ ସଂଘ ଯୁଗ୍ମ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର।
ବାତ୍ୟା ଦାନା – କଟକ ମାଲଗୋଦାମରୁ ପଠାଗଲା ରିଲିଫ ସାମଗ୍ରୀ: କେଦାରନାଥ ପ୍ରଧାନୀ (ସିଏମସି ଯୋଗାଣ ନିରୀକ୍ଷକ) pic.twitter.com/6ehujomOuF
— Samaja Live (@samajalive) October 23, 2024
Comments are closed.