www.samajalive.in
Tuesday, December 9, 2025
15.1 C
Bhubaneswar

ସୁଭଦ୍ରା ଯୋଜନା ବ୍ୟାଙ୍କ ପାସ ବହି ସହିତ ଆଧାର ଓ ମୋବାଇଲ ନମ୍ବର ସଂଯୋଗ କରିବା ପାଇଁ ଗ୍ରାହକଙ୍କ ଭିଡ଼

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା  ଭାରତୀୟ ଷ୍ଟେଟବ୍ୟାଙ୍କରେ ଗ୍ରାହକଙ୍କ ଭିଡ଼ ହେଉଥିବା ଦେଖିବାକୁ ମିଳିଛି। ବ୍ଲକରେ ୧୪ଟି ପଞ୍ଚାୟତ ରହିଛି। ଏଥିରେ କଲ୍ୟାଣସିଂହପୁର ଓ ମାଝୀଗୁଡାରେ ଦୁଇଟି ଭାତୀୟ ଷ୍ଟେଟବ୍ୟାଙ୍କ ରହିଛି। ସଦରରେ ଗୋଟିଏ ବ୍ୟାଙ୍କ ରହିଥିବା ଯୋଗୁଁ ପ୍ରତ୍ୟେକ ଦିନ ଗ୍ରାହକଙ୍କ ଭିଡ ହେଉଥିବା ବେଳେ ବର୍ତ୍ତମାନ ସୁଭଦ୍ରା ଯୋଜନା ପାଇଁ ମଧ୍ୟ  ଗ୍ରାହକଙ୍କ ଭିଡ଼ ଲାଗିରହୁଛି।
ସୁଭଦ୍ରା ଯୋଜନା ବ୍ୟାଙ୍କ ପାସ ବହି ସହିତ ଆଧାର ଓ ମୋବାଇଲ ନମ୍ବର ସଂଯୋଗ କରିବା ପାଇଁ ଗ୍ରାହକଙ୍କ ଭିଡ଼ ହେଉଥିବା ଜଣାପଡିଛି। ଯାହାଫଳରେ  ବ୍ୟବସାୟ ,ଅନ୍ୟ ଗ୍ରାହକ ମାନେ ଟଙ୍କା ବାନ୍ଧିବା ଓ ଉଠାଇବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଠିଆ ହେବାକୁ ପଡୁଛି। ଉକ୍ତ ବ୍ୟାଙ୍କଉପରେ କଳାହାଣ୍ଡି ଜିଲାର କିଛି ଅଞ୍ଚଳ ,କାଶୀପୁର ବ୍ଲକର କିଛି ଅଞ୍ଚଳ, ବିଦ୍ୟାଳୟ ଛାତ୍ର ଛାତ୍ରୀ, ଆବାସ ଯୋଜନା, ବ୍ୟବସାୟୀ, ବିଧବା ବାର୍ଦ୍ଧକ୍ୟ ବିକଳାଙ୍ଗ ଭର୍ତ୍ତା , ପେନସନ ,ସୁନା ଋଣ, ବ୍ୟବସାୟୀଙ୍କୁ ଋଣ  ବ୍ୟବସ୍ଥା କରାଯାଉଛି। ଏତେ ଗୁଡିଏ ଗ୍ରାହକଙ୍କ ପାଇଁ ଗୋଟିଏ ବ୍ୟାଙ୍କ ହୋଇଥିବା ଯୋଗୁଁ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ।
ବର୍ତ୍ତମାନ ବ୍ୟାଙ୍କରେ କର୍ମଚାରୀ ଅଭାବ ଯୋଗୁଁ ଗ୍ରାହକଙ୍କ କାର୍ଯ୍ୟ ବିଳମ୍ବ ହେଉଥିବା ଗ୍ରାହକମାନେ ଅଭିଯୋଗ କରିଛନ୍ତି ।ନିୟମଗିରି ପାହାଡ ରେ ବସବାସ କରୁଥିବା ଆଦିମ ବିରଳ ଜନଜାତି ଡଙ୍ଗରିଆ କନ୍ଧ ମହିଳା ପୁରୁଷ ମାନେ ସକାଳ ୭ରୁଆସି ବ୍ୟାଙ୍କ ସମ୍ମୁଖରେ ବସିଥିବା ମଧ୍ଯ ଦେଖିବାକୁ ମିଳିଛି। ଉକ୍ତ ବ୍ୟାଙ୍କରେ ଜଣେ ବ୍ୟାଙ୍କ ଶାଖା ପରିଚାଳକ ବିଶ୍ୱମୋହନ ମହାପାତ୍ର ଓ ଦୁଇ ଜଣ  କେସିୟର  ରହିଛନ୍ତି। ଯାହାଫଳରେ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି । ଗ୍ରାହକଙ୍କ ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଉନାହିଁ । ତୁରନ୍ତ ପ୍ରଶାସନ ଉକ୍ତ ବ୍ୟାଙ୍କ ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ଅନୁଯାୟୀ ପଦବୀ ଗୁଡିକ ପୁରଣ କରିବା ପାଇଁ ବ୍ଲକ ବାସୀ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories