www.samajalive.in
Monday, December 8, 2025
27.1 C
Bhubaneswar

୧୪ ଓଡିଶା ବାଟାଲିୟନ ଏନ୍‌‌ସିସିର ବାର୍ଷିକ ତାଲିମ

କେନ୍ଦୁଝରଗଡ଼଼: କେନ୍ଦୁଝର ପୁରୁଣାସହରସ୍ଥିତ ଓଏସ୍‌‌ଏପି ବାଟାଲିୟନ ପରିସରରେ ୧୪ ଓଡ଼ିଶା ବାଟାଲିୟନ ଏନ୍‌‌ସିସି କେନ୍ଦୁଝରର ବାର୍ଷିକ ତାଲିମ୍‌‌ ଶିବିର ଆରମ୍ଭ ହୋଇଛି ଏବଂ  ଏହା ଆସନ୍ତା ୨୬ ତାରିଖରେ ପର୍ଯ୍ୟନ୍ତ ଚାଲିବ। କାର୍ଯ୍ୟକ୍ରମରେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥିଙ୍କୁ ସମାଜ ପ୍ରତି ପୁଲିସର କର୍ତ୍ତବ୍ୟ ଓ ନିଷ୍ଠା ସମ୍ବନ୍ଧରେ ଅବଗତ କରିବା ସହିତ ସମୟର ସଦୁପଯୋଗ କରିବା ପାଇଁ କ୍ୟାଡେଟସମାନଙ୍କୁ ଉପଦେଶ ଦେଇଥିଲେ।

ଏଥିସହ ଅନ୍‌‌ଲାଇନ୍‌‌ ଗେମ୍‌‌ ଏବଂ ସାମାଜିକ ଗଣମାଧ୍ୟମରେ ଅଧିକ ସମୟ ଅତିବାହିତ ନ କରିବାକୁ ପରାମର୍ଶ ଦେଇଥିଲେ। ୧୪ ଓଡ଼ିଶା ବାଟାଲିୟନ ଏନ୍‌‌ସିସି କେନ୍ଦୁଝରର କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣେଲ ମୟୁର ଘାର୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଲେଫ୍ଟନାଣ୍ଟ ଦୀପକ କୁମାର ଗିରି ସ୍ୱାଗତ ଭାଷଣ ସହ ଅତିôତ ପରିଚୟ ପ୍ରଦାନ କରିଥିଲେ। ସୁବେଦାର ମେଜର ଲକ୍ଷ୍ମୀ ନାରାୟଣ ମଞ୍ଚାସୀନ ହୋଇ କ୍ୟାଡେଟସ୍‌‌ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାର ୫୮୦ଜଣ କ୍ୟାଡେଟସ୍‌‌ ପ୍ରଶିକ୍ଷଣ ନେଉଛନ୍ତି। ଶେଷରେ ଲେଫ୍ଟନାଣ୍ଟ ଧର୍ମେନ୍ଦ୍ର କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ଏମଭି-୨୬ ଗାଁରେ ପୁଲିସ ଛାଉଣୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

Related Articles

Popular Categories