www.samajalive.in
Sunday, December 7, 2025
14.1 C
Bhubaneswar

ଆଜି ଶ୍ରୀଲଙ୍କାରେ ମାଡ଼ ହେବ ‘ବୁରେଭୀ’

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟା ରୂପ ନେଇଛି। ଏହାକୁ ‘ବୁରେଭୀ’ ନାମରେ ନାମିତ କରାଯାଇଛି। ଆଜି ରାତିରେ ଏହି ବାତ୍ୟା ଶ୍ରୀଲଙ୍ଗା ଉପକୂଳରେ ମାଡ଼ ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ‘ବୁରେଭୀ’ ଶ୍ରୀଲଙ୍କାର ତ୍ରିଙ୍କୋମାଲୀରେ ସ୍ଥଳଭାଗ ଛୁଇଁବା ପରେ ତାମିଲନାଡୁରେ ପହଞ୍ଚିବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Image Courtesy: IMD

ପାଣିପାଗ ବିଭାଗ ସୂଚନା ଅନୁସାରେ, ‘ବୁରେଭୀ’ ଗଲ୍‌ଫ ଅଫ୍‌ ମନ୍ନାର ଏବଂ ତାମିଲନାଡୁର କନ୍ୟାକୁମାରୀ ଆଖପାଖରେ ତାଣ୍ଡବ ରଚିବାର ଆଶଙ୍କା ରହିଛି। ବାତ୍ୟା ଦକ୍ଷିଣ-ପଶ୍ଚିମ ଦିଗକୁ ଅଗ୍ରସର ହେବା ସହିତ ଡିସେମ୍ବର ୪ ସକାଳେ କନ୍ୟାକୁମାରୀ ଓ ପମ୍ବନ ମଧ୍ୟଭାଗ ଦେଇ ଦକ୍ଷିଣ ତାମିଲନାଡୁ ଉପକୂଳରେ ଅତିକ୍ରମ କରିବ।

- Advertisement -

ବାତ୍ୟା ପ୍ରଭାବରେ ତାମିଲନାଡୁ ଏବଂ ଦକ୍ଷିଣ କେରଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ଅନୁମାନ କରିଛି। ସତର୍କତା ଦୃଷ୍ଟିରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

Image Courtesy: IMD

ବାତ୍ୟାର ବିପଦକୁ ଦୃଷ୍ଟିରେ ରଖି ତାମିଲନାଡୁ, କନ୍ୟାକୁମାରୀ ଏବଂ କେରଳର ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଏନଡିଆରଏଫ ଟିମ୍‌କୁ ସଜାଗ ରଖାଯାଇଛି। ଦକ୍ଷିଣ-ଉତ୍ତର ତାମିଲନାଡୁ, ପୁଡୁଚେରୀ, କଡାଇକଲ, ଦକ୍ଷିଣ-ଉତ୍ତର କେରଳ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଏବଂ ଲାକ୍ଷାଦ୍ବୀପର କିଛି ଅଞ୍ଚଳରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି।

କେରଳରେ ବୁଧବାର ଏବଂ ଗୁରୁବାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ୪ଟି ଜିଲାରେ ରେଡ୍‌ ଆଲର୍ଟ ଜାରି କରାଯାଇଛି। ଏସବୁ ଜିଲାଗୁଡ଼ିକ ମଧ୍ୟରେ ଥିରୁଭାନନ୍ତପୂରମ, କୋଲ୍ଲମ, ପଥନମଥିଟ୍ଟା ଏବଂ ଅଲପ୍ପୁଝା ଆଦି ରହିଛି। ଅନ୍ୟପଟେ କୋଟ୍ଟାୟମ, ଏର୍ନାକୁଲମ ଏବଂ ଇଡ୍ଡୁକୀ ଜିଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories