www.samajalive.in
Sunday, December 7, 2025
26.1 C
Bhubaneswar

କନ୍ଧମାଳରେ ସାଇକଲ ରାଲିରେ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଷ୍ଟାଡିୟମ ଫୁଲବାଣୀରେ ସାଇକଲ ରାଲି ଜରିଆରେ ଲୋକଙ୍କୁ ଫିଟ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅନ୍ତର୍ଗତ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଫୁଲବାଣୀ ନେହେରୁ ଯୁବ କେନ୍ଦ୍ରର ଆୟୋଜନରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କନ୍ଧମାଳ ଷ୍ଟାଡିୟମ ଦାୟିତ୍ୱରେ ଥିବା ଅଧିକାରୀ ଜୀତେନ୍ଦ୍ର କୁମାର ମହାକୁଡ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ନେହେରୁ ଯୁବ କେନ୍ଦ୍ରର ସହକର୍ମୀ ସତ୍ୟବାନ ଦଳବେହେରା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ ଅନୁପ ବିକ୍ରମ ପାତ୍ର, ରିତାରାଣୀ ସାହାଣୀ ଏବଂ ଅନ୍ୟ ସ୍ୱେଚ୍ଛାସେବୀ ମାନେ ସହାୟତା କରିଥିଲେ। ଏହି ସାଇକଲ ରାଲି କନ୍ଧମାଳ ଷ୍ଟାଡିୟମରୁ ବାହାରି ଫୁଲବାଣୀ ସହରରେ ସାଇକଲ ଚାଳନା ଦ୍ୱାରା ମଧ୍ୟ ଶରୀରକୁ ଫିଟ ରଖାଯାଇ ପାରିବ ଏବଂ ଶରୀରକୁ ସୁସ୍ଥ ରଖିବାକୁ ବ୍ୟାୟାମ କରିବାର ଆବଶ୍ୟତା ରହିଥିବା ନେଇ ବାର୍ତା ପ୍ରଚାର କରାଯାଇଥିଲା। ଆଜିଠାରୁ ଆରମ୍ଭ ହୋଇଥିବା ଏହି ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ କନ୍ଧମାଳର ସମସ୍ତ ବ୍ଳକରେ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା କରାଯିବ ବୋଲି ନେହେରୁ ଯୁବ ସଂଗଠନ ପକ୍ଷରୁ କୁହାଯାଇଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories