www.samajalive.in
Saturday, December 6, 2025
15.1 C
Bhubaneswar

ନିଫା ଆନୁକୂଲ୍ୟରେ ସାଇକେଲ ମାରାଥନ

କଣ୍ଟାବାଞ୍ଜି: ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଜି-୨୦ ସମ୍ମିଳନୀ ଭାରତରେ ଅନୁଷ୍ଠିତ ହେବା ପାଇଁ ସ୍ଥିର ହୋଇଛି। ଏହି ଅବସରରେ ନିଫା ତରଫରୁ ସାରା ଦେଶରେ ପାଞ୍ଚଶହ ସ୍ଥାନରେ ଆଜି ବସୁଧୈବ କୁଟୁମ୍ବକମର ନାରାଦେଇ ଗ୍ଲୋବାଲ ସାଇକେଲ ରାଇଡିଙ୍ଗ କରିବାର ନିଷ୍ପତ୍ତି ନିଆଯାଇଥିଲା। ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜିଠାରେ ନିଫା ସଂଯୋଜକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ଝରିଣୀ ଅନୁଷ୍ଠାନ ତରଫରୁ କଣ୍ଟାବାଞ୍ଜି ପୁଲିସ ଷ୍ଟେସନରୁ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଏକ ଭବ୍ୟ ସାଇକେଲ ରାଲି ଅନୁଷ୍ଠିତ ହୋଇଥିଲା। ଏଥିରେ ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ସମାଜସେବୀ, ପ୍ରକୃତିପ୍ରେମୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସେଣ୍ଟ ଜାଭିୟର ଉଚ୍ଚ ବିଦ୍ୟାଳୟ ସହଯୋଗ କରିବା ସହିତ ଅଧ୍ୟକ୍ଷ ହରପ୍ରସାଦ ନାୟକ, ନାରାୟଣ ପ୍ରସାଦ ଅଗ୍ରୱାଲ, ରୋହିତ ଅଗ୍ରୱାଲ, ସାହାବାଜ ଖାନ, ସ୍ମିଥ ଦଳେଇ, ଲକ୍ଷ୍ମୀ ମୋଟେ, ଅମ୍ବିକା ହୋତା, ରୀନା ମେହେର, ଆରିଫ ମହମ୍ମଦ, ଜି ତିରୁମଲ୍ଲା, କୀର୍ତ୍ତନ ମେହେର, ଧୀରଜ ବେହେରା, ଏଚ ପନିକା, ଏସ ପଟ୍ଟନାୟକ, ଥମିର ଛତ୍ରିଆ, ଧନସିଂ ମାଝୀ, ଦୀନବନ୍ଧୁ ବଗର୍ତ୍ତୀ ସହଯୋଗ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories