www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରଧାନ ବିଚାରପତିଙ୍କୁ ବି ଛାଡ଼ିଲେନି, ସିଜେଆଇଙ୍କ ନାଁରେ ୫୦୦ ଟଙ୍କା ମାଗିଲେ ସାଇବର ଠକ

ସମାଜ ଡିଜିଟାଲ ଡେସ୍କ: ସାଇବର ଠକଙ୍କ ଉତ୍ପାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଠକେଇର ନୂଆ ନୂଆ କୌଶଳ ବି ବ୍ୟବହାର କରୁଛନ୍ତି। ବର୍ତ୍ତମାନ ସମୟରେ ହ୍ବାଟ୍ସଆପ ମେସେଜ ଜରିଆରେ ଠକେଇ କରାଯାଉଛି। ତେବେ ସାଇବର ଠକ ଟଙ୍କା ଠକିବା ଲାଗି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(ସିଜେଆଇ)କୁ ଛାଡ଼ି ନାହାନ୍ତି। ସିଜେଆଇଙ୍କ ନାମରେ ଟଙ୍କା ମାଗିଛନ୍ତି। ଏଭଳି ଏକ ରୋଚକ ଘଟଣା ସମ୍ପର୍କରେ ଦିଲ୍ଲୀ ସାଇବର ଅପରାଧ ବିଭାଗରେ ଏତଲା ଦେଇଛନ୍ତି ସୁପ୍ରିମକୋର୍ଟ। ସିଜେଆଇ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ଏ ସମ୍ପର୍କିତ ଏକ ସ୍କ୍ରିନଶଟ୍‌ ବି ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି।

ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେଉଥିବା ସ୍କ୍ରିନଶଟ୍‌ରେ ଦେଖିବାକୁ ମିଳିଛି ଯେ, ଜଣେ ଠକ ସିଜେଆଇଙ୍କ ନାମ ନେଇ ଜଣେ ବ୍ୟକ୍ତିଙ୍କୁ ମେସେଜ କରିଛନ୍ତି। ସେ ଲେଖିଛନ୍ତି ଯେ, ସୁପ୍ରିମକୋର୍ଟ କଲେଜିୟମଙ୍କର ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅଛି। କିନ୍ତୁ ସେ କନୌଟ ପାଲେସରେ ଫସି ରହିଛନ୍ତି। ଏକ କ୍ୟାବ୍‌ ବୁକ୍‌ କରିବାକୁ ତାଙ୍କର ୫୦୦ ଟଙ୍କା ଦରକାର। ତେଣୁ ଦୟାକରି ୫୦୦ ଟଙ୍କା ଦିଅନ୍ତୁ, କୋର୍ଟରେ ପହଞ୍ଚିବା ପରେ ଫେରାଇଦେବି। ଏକ ଆଇପ୍ୟାଡ୍‌ରୁ ଏହି ମେସେଜ କରାଯାଇଥିବା ଜଣାପଡ଼ିଛି।

- Advertisement -

ସୁପ୍ରିମକୋର୍ଟ ସିଜେଆଇଙ୍କ ତରଫରୁ ସାଇବର ଅପରାଧ ବିଭାଗରେ ଏତଲା ଦାୟର କରିଛନ୍ତି। ନିକଟରେ ଦିଲ୍ଲୀର ଜଣେ ବ୍ୟକ୍ତି ପୁଲିସ ପରିଚୟ ଦେଇ କମ୍ ଦାମରେ କାର୍‌ ଏବଂ ମୋବାଇଲ କିଣାଇଦେବା ବାହାନାରେ ଠକେଇ କରିଥିବା ସାମ୍ନାକୁ ଆସିଥିଲା।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories