www.samajalive.in
Monday, December 15, 2025
16.1 C
Bhubaneswar

ଲୋଭ, ଅଜ୍ଞାନତା ଏବଂ ଅସାବଧାନତା ପାଇଁ ବୃଦ୍ଧି ପାଉଛି ସାଇବର ଅପରାଧ

କଲମପୁର : ଲଟେରୀ ପାଇବାର ଲୋଭ ସହ ନିଜର ଅଜ୍ଞାନତା ଏବଂ ବେଳେ ବେଳେ ନିଜର ଅସାବଧାନତା ଯୋଗୁ ଆମେ ସାଇବର ଅପରାଧିଙ୍କ ଦ୍ୱାରା ଠକାମୀର ଶିକାର ହେଉଛୁ। ନିଜକୁ ନିଜେ ସଚେତନ କଲେ ଆମେ ସାଇବର ଅପରାଧିଙ୍କଠାରୁ ନିଜକୁ ଏବଂ ନିଜ ଅର୍ଥକୁ ବଞ୍ଚାଇପାରିବା ବୋଲି ଓଡ଼ିଶା ରାଜ୍ୟ ପୁଲିସ ଦ୍ୱାରା ଆୟୋଜିତ ସାଇବର ସଚେତନତା ସଭାରେ ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ରବିବାର କଲାହାଣ୍ଡି ପୁଲିସ ଦ୍ୱାରା ପରିକ୍ରମା ହେଉଥିବା ସାଇବର ସଚେତନତା ରଥ ଥୁଆମୁଳ ରାମପୁର ଦେଇ କଲମପୁର ଥାନା ଅଞ୍ଚଳରେ ପହଞ୍ଚିଥିଲା। କଲମପୁର ପୁଲିସ ଥାନାର ଭାରପ୍ରାପ୍ତ ଥାନା ଅଧିକାରୀ ଜିତେନ୍ଦ୍ର କୁମାର ବିଶ୍ୱାଳଙ୍କ ନେତୃତ୍ୱରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି, ତହସିଲଦାର ରୁଦ୍ରମୋହନ ନାୟକ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ମନୋଜ କୁମାର ସ୍ୱାଇଁ, ଏସଆଇ ଡୋଳାମଣି ବିଶି, ଶିବ ଶଙ୍କର ମହାନ୍ତି, ଏଏସଆଇ ଶେଖର ଜେନା ପ୍ରମୁଖ ସଚେତନତା ରଥକୁ ସ୍ୱାଗତ ଜଣାଇଥିଲେ। ଏହାପରେ ସଚେତନତା ସଭା ସ୍ଥଳକୁ ପାଛୋଟି ନେଇଥିଲେ। ଥାନା ଅଧିକାରୀ ଶ୍ରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା। ଏଥିରେ ବିଡିଓ ଶ୍ରୀ ମାଣ୍ଡାଙ୍ଗି, ତହସିଲଦାର ଶ୍ରୀ ନାୟକ, ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀ ସ୍ୱାଇଁଙ୍କ ସମେତ କଲମପୁର ସରପଞ୍ଚ ସୂର୍ଯ୍ୟକାନ୍ତୀ ପଣ୍ଡା ପ୍ରମୁଖ ମଂଚାସୀନ ହେଇଥିଲେ। ସାଇବର ରଥ ପରିଚାଳନା ଦାଇତ୍ୱରେ ଥିବା ଭବାନିପାଟଣା ସାଇବର ଥାନା ଏସ.ଆଇ ବୈଦ୍ୟନାଥ ନାୟକ ଏହି ସଚେତନତା ରଥ ପରିକ୍ରମାର ଉଦ୍ଦେଶ୍ୟ ଓ ଲେକଙ୍କ ସଚେତନାତ ନେଇ ମତବ୍ୟକ୍ତ କରିଥିଲେ। ଅନ୍ୟପଟେ ମଂଚାସୀନ ଅତିଥିମାନେ ମୋବାଇଲ ପରିଚାଳନା ଏବଂ ସାଇବର ଅପରାଧିଙ୍କ ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିବା ସହ ସାଇବର ଅପରାଧିଙ୍କୁ ସଠିକ ମୁକାବିଲା କରିବାକୁ ହେଲେ ନିଜକୁ ନିଜେ ସଚେତନ କରିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ। ଏହାସହ ଅନଲାଇନ ଗେମ ଲୋକଙ୍କ ପାଇଁ କାଳ ସାଜୁଥିବାରୁ ଅନେକ ନିରୀହ ଜୀବନ ହାରିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଅନଲାଇନ ଗେମ୍‌ରୁ ଦୂରେଇ ରହିବାକୁ ବୁଝାଇଥିଲେ। ଏହି ସଭାରେ କଲମପୁର ଅଂଚଳର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ମିଶନ ଶକ୍ତିର ମହିଳା, ଅଞ୍ଚଳର ଶତାଧିକ ଲୋକ ଉପସ୍ଥିତ ରହିଥିଲେ। ଏହି ସଚେତନତା ସଭା ଅବସରରେ ସାଇବର ଅପରାଧ ଓ ତାର ନିୟନ୍ତ୍ରଣ କିଭଳି କରାଯିବ ସେନେଇ ବିଭିନ୍ନ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଯୁବ ସାମ୍ବାଦିକ ରଞ୍ଜନ କୁମାର ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ଏଏସଆଇ ଶେଖର ଜେନା ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନତା କରାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ। କଲମପୁର ଥାନା ଏବଂ ବଡକୁଟୃ ପୁଲିସ ଫାଣ୍ଡି କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

Hot this week

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

Related Articles

Popular Categories