www.samajalive.in
Saturday, December 6, 2025
19.1 C
Bhubaneswar

ଆଜି କଟକରେ ବସିବ ଏସଆଇଟି ବୈଠକ

କଟକ/ଭୁବନେଶ୍ବର: ଆଜି କଟକରେ ବସୁଛି ଏସଆଇଟି ବୈଠକ। ଉପାଧ୍ୟକ୍ଷ ତଥା ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଅରିଜିତ୍‌ ପଶାୟତଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ଇଡି (ପ୍ରବର୍ତ୍ତନ ନିର୍ଦେଶାଳୟ) ଇଡିର ନିର୍ଦେଶକ ରାହୁଲ ନବୀନ ଯୋଗଦେବେ। ଏଥିସହ ଭିଜିଲାନ୍ସ ଡିଜି, ନାର୍କୋଟିକ‌ ନିର୍ଦେଶକ, ଆୟ କର ଚିଫ୍‌‌ କମିସନର, ସିବିଡ଼ିଟି ଅଧ୍ୟକ୍ଷ ପ୍ରମୁଖ ଯୋଗ ଦେବାର‌ କାର୍ଯ୍ୟକ୍ରମ ରହିଛି। ନୂତନ ପୁଲିସ ଡିଜି ମଧ୍ୟ ଏହି ବୈଠକରେ ଯୋଗ ଦେଇପାରନ୍ତି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବୈଠକରେ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଥିବା ୧୧ଜଣଙ୍କ ସମ୍ପତ୍ତି ତାଲିକା ଏସ‌ଆଇଟିରେ ଦାଖଲ କରାଯିବ। ଯେଉଁମାନଙ୍କର ୩ କୋଟିରୁ ଅଧିକ ସମ୍ପତ୍ତି ରହିଛି ସେମାନଙ୍କ ସମ୍ପର୍କରେ ମଧ୍ୟ ସବିଶେଷ ସୂଚନା ପ୍ରଦାନ ପାଇଁ ଭିଜିଲାନ୍ସକୁ କୁହାଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ନିର୍ଦେଶକ ରାହୁଲ ନବୀନ ଓଡ଼ିଶାରେ ପହଞ୍ଚିଛନ୍ତି। ୩ ଦିନିଆ ଓଡ଼ିଶା ଗସ୍ତରେ ଶ୍ରୀ ନବୀନଙ୍କ ସମେତ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି)ର ଅଧ୍ୟକ୍ଷ ରବି ଅଗ୍ରୱାଲ ଏବଂ ଆଟର୍ଣ୍ଣିଂ ଜେନେରାଲ ଆର୍. ଭେଙ୍କଟରମଣୀ ଆସିଛନ୍ତି। ଆଜି  କଟକରେ ଏସଆଇଟି ବୈଠକରେ ଯୋଗଦେବେ। ଅପରାହ୍ଣରେ ପୁରୀରେ ପହଞ୍ଚି ମହପ୍ରଭୁଙ୍କ ଦର୍ଶନ କରିବେ ଏବଂ ୨୯ରେ ଭୁବନେଶ୍ବର ଇଡି ଅଫିସରେ କାର୍ଯ୍ୟକ୍ରମ ସରିବା ପରେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories