ଡେସ୍କ: ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଦେଶର ମୋଟ କୋଇଲା ଉତ୍ପାଦନରେ ୭.୧୨ ପ୍ରତିଶତ ଅଭିବୃଦ୍ଧି ଘଟିଛି। କୋଇଲା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅଗଷ୍ଟ ୨୫ ତାରିଖ ସୁଦ୍ଧା ଚଳିତ ଆର୍ଥିକ ବର୍ଷପାଇଁ ମୋଟ କୋଇଲା ଉତ୍ପାଦନ ୩୭୦.୬୭ ନିୟୁତ ଟନକୁ ବୃଦ୍ଧି ପାଇଛି, ଯାହା କି ଗତବର୍ଷ ଏହି ସମୟ ମଧ୍ୟରେ ୩୪୬.୦୨ ନିୟୁତ ଟନ୍ ଥିଲା। ଚଳିତ ବର୍ଷ ଅଗଷ୍ଟ ୨୫ ତାରିଖ ସୁଦ୍ଧା ମୋଟ କୋଇଲା ଉତ୍ତୋଳନ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇ ୩୯୭.୦୬ ନିୟୁତ ଟନରେ ପହଞ୍ଚିଛି। ଗତବର୍ଷ ୩୭୬.୪୪ ନିୟୁତ ଟନ୍ ଉତ୍ପାଦନ ତୁଳନାରେ ଏହା ୫.୪୮ ପ୍ରତିଶତ ଅଧିକ।
ଶକ୍ତି କ୍ଷେତ୍ରକୁ କୋଇଲା ଯୋଗାଣ କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ସମୁଦାୟ ୩୨୫.୯୭ ନିୟୁତ ଟନ୍ ହୋଇଥିବା ବେଳେ ପୂର୍ବ ବର୍ଷର ସମାନ ଅବଧିରେ ଏହା ୩୧୩.୪୪ ନିୟୁତ ଟନ୍ ଥିଲା।



