www.samajalive.in
Tuesday, December 9, 2025
15.1 C
Bhubaneswar

ବିହାରରେ ବନ୍ୟା, ୮ଟି ବ୍ଲକ ପ୍ରଭାବିତ

ଡେସ୍କ: ବିହାରର ଗଙ୍ଗା, ଗଣ୍ଡକ, କୋସି, ମହାନନ୍ଦା ସମେତ ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ୭ରୁ ଅଧିକ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭାଗଲପୁର, କଟିହାର, ଖଗରିଆ, ପାଟଣା ଓ ମୁଙ୍ଗେର ଜିଲ୍ଲା ବନ୍ୟାରେ ସର୍ବାଧିକ ପ୍ରଭାବିତ ହୋଇଛି।

ଗଙ୍ଗା ନଦୀର ଜଳସ୍ତର ବୃଦ୍ଧି ଯୋଗୁଁ ଭାଗଲପୁର ଜିଲ୍ଲାର ୮ରୁ ଅଧିକ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟା ପ୍ରକୋପ ଯୋଗୁଁ ନୌଗାଚିଆ, କହଲଗାଁ, ସୁଲତାନଗଞ୍ଜ, ଇସ୍ମାଇଲପୁର, ଗୋପାଳପୁର, ରଙ୍ଗରା ଓ ନାରାୟଣପୁର ଅଧିକ ପ୍ରଭାବିତ ହୋଇଛି। ବିସ୍ଥାପିତ ଲୋକମାନେ ରିଲିଫ୍ କ୍ୟାମ୍ପ ଓ ଅନ୍ୟାନ୍ୟ ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି। ବନ୍ୟା ପୀଡ଼ିତଙ୍କ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମୁହିକ ରୋଷେଇ କରାଯାଇଛି। ବନ୍ୟାକୁ ଦୃଷ୍ଟିରେ ରଖି ପାଟଣା ଜିଲ୍ଲାରେ ନଦୀକୂଳ ଓ ତଳିଆ ଅଞ୍ଚଳରେ ଥିବା ୭୬ଟି ସ୍କୁଲକୁ ବନ୍ଦ କରି ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories