www.samajalive.in
Saturday, December 6, 2025
16.1 C
Bhubaneswar

କାଳୀ ପୂଜା ଭସାଣି ବେଳେ ଗଣ୍ତଗୋଳ: ୬ ଆହତ

କଟକ : କଟକ ସହରରେ ରବିବାର ରାତିରେ କାଳୀ ଭସାଣ ଚାଲିଥିବାବେଳେ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଛି। ଚାନ୍ଦନୀଚୌକ୍‌ ଛକ ନିକଟରେ ହୋଇଥିବା ଏହି ସଂଘର୍ଷରେ ୬ ଜଣ ଆହତ ହୋଇଥିବାବେଳେ ଗୋଟିଏ ଦୋକାନ ସହ ୩ଟି ମୋଟର ସାଇକଲ ଭାଙ୍ଗିଛି। ଲାଲବାଗ ଥାନା ପୁଲିସ ପହଞ୍ଚି ଗଣ୍ଡଗୋଳକାରୀଙ୍କୁ ଘଉଡ଼ାଇବା ପାଇଁ ମୃଦୁ ଲାଠିଚାଳନା କରିଥିବା ଜଣାପଡ଼ିଛି। ମହମ୍ମଦିଆ ବଜାର ଓ ଚାନ୍ଦନୀଚୌକ୍‌ ଯୁବକଙ୍କ ମଧ୍ୟରେ ଏହି ଗଣ୍ଡଗୋଳ ହୋଇଛି। ସୂଚନାନୁଯାୟୀ, ମହମ୍ମଦିଆ ବଜାର ଅଞ୍ଚଳର କିଛି ଯୁବକ ମେଢ଼ ବିସର୍ଜନ କରି ଫେରୁଥିବା ସମୟରେ ଚାନ୍ଦନୀଚୌକ ହସିନାବାଗ ଅଞ୍ଚଳର କିଛି ଯୁବକଙ୍କ ସହ ରୟାଲ ଗାର୍ଡେନ ନିକଟରେ ପାଟିତୁଣ୍ଡ ହୋଇଥିଲା। ଏହାପରେ ଉଭୟ ପକ୍ଷଙ୍କ ମଧ୍ୟରେ ଢେଲାପଥର ସହ କାଚ ବୋତଲ ମାଡ଼ ହୋଇଥିଲା। କାହିଁକି ଏହି ଗଣ୍ଡଗୋଳ ଘଟିଲା ତାହାର କାରଣ ଜଣାପଡ଼ି ନାହିଁ। ଅପରପକ୍ଷରେ ଅଭିଯୁକ୍ତମା​‌େ​‌ନ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୁଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଥିବା ଥାନାଧିକାରୀ ଦୟାନିଧି ନାୟକ କହିଛନ୍ତି ।
ସେହିପରି ଚୌଧୁରୀ ବଜାର ପୂର୍ଣ୍ଣସାହୁ ଛକ ନିକଟରେ ମଧ୍ୟ ଏକ ମେଢ଼କୁ ଆଗକୁ ନେବା ପାଇଁ ସାମାନ୍ୟ ଉତ୍ତେଜନା ସୃଷ୍ଟି ହୋଇଥିବାବେଳେ ପୁଲିସ ପକ୍ଷରୁ ମୃଦୁ ଲାଠିଚାଳନା କରାଯାଇଥିଲା। ଏହି ଛକ ନିକଟରେ ଏକ ନିର୍ଦିଷ୍ଟ ମେଢ଼କୁ ଅଟକାଇ ଶୋଭାଯାତ୍ରାକାରୀ ନାଚକୁଦ କରିବାରୁ ଶୋଭାଯାତ୍ରାରେ ବିଳମ୍ବ ଘଟିଥିଲା। ମେଢ଼କୁ ଆଗକୁ ନେବା ଲାଗି ପୁଲିସ ପକ୍ଷରୁ ନିବେଦନ କରାଯାଇଥିଲେ ମଧ୍ୟ ଶୋଭାଯାତ୍ରାକାରୀ କର୍ଣ୍ଣପାତ କରି ନ ଥିଲେ। ପୁଲିସ ବାଧ୍ୟହୋଇ ମେଢ଼କୁ ଆଗକୁ ପେଲିବାକୁ ଉଦ୍ୟମ କରିବାରୁ ଶୋଭାଯାତ୍ରାକାରୀ ବିରୋଧ କରିଥିଲେ। ପୁଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠି ଚାଳନା କରିଥିଲା ବୋଲି ପୁରୀଘାଟ ଥାନାଧିକାରୀ ଯତୀନ୍ଦ୍ର ସେଠୀ କହିଛନ୍ତି। ଖବର ଲେଖାହେବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପ୍ରକାଶ।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories