www.samajalive.in
Wednesday, December 10, 2025
23.1 C
Bhubaneswar

ଶୀତଦିନ : ତ୍ୱଚାରେ ମାଲିସ କରନ୍ତୁ ଦହି

ଶୀତଦିନେ ତ୍ୱଚା ସାଧାରଣତଃ ଶୁଷ୍କ ହୋଇଥାଏ। ଏହିଦିନେ ଓଠ ଫାଟିବା, ଗୋଡ ଫାଟିବା, ମୁହଁର ସୌନ୍ଦର୍ଯ୍ୟ ଯେପରି ହ୍ରାସ ପାଇବା ଭଳି ଜଣାଯାଏ। ତେଣୁ ଏହିଦିନେ କିଛି ସ୍ୱତନ୍ତ୍ର ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ।
– ଏହିଦିନେ ଉଷୁମ ପାଣି ପିଇବା ସହ ଉଷୁମ ପାଣିରେ ସ୍ନାନ କରନ୍ତୁ। ଉଷୁମ ପାଣି ପିଇବା ଦ୍ୱାରା ଥଣ୍ଡା, ଜ୍ୱର ସହଜରେ ହୋଇନଥାଏ।
– ଶୀତଦିନେ ମୁହଁ ଓ ଶରୀରକୁ ନଡିଆତେଲରେ ଭଲରେ ମାଲିସ କରନ୍ତୁ। ଏହା ଦ୍ୱାରା ତ୍ୱଚା କୋମଳ ହେବା ସହ ଫାଟିନଥାଏ।
– ଶୀତଦିନେ ସକାଳ ସମୟରେ ଖରାରେ ନିଶ୍ଚୟ ବସନ୍ତୁ। ଏହାପୂର୍ବରୁ ସନ କ୍ରିମ ନିଶ୍ଚୟ ଲଗାନ୍ତୁ।
– ଶୀତଦିନେ ଅଲିଭ ଅଏଲରେ ନିଶ୍ଚୟ ଶରୀରକୁ ମାଲିକ କରନ୍ତୁ।
– ଏହଦିନେ ମୁହଁରେ ଏଲୋବେରା ଜେଲରେ ନିଶ୍ଚୟ ଲଗାନ୍ତୁ।
– ଅମୃତଭଣ୍ଡାକୁ ପେଷି ମୁହଁରେ ଲଗାନ୍ତୁ। ଏହା ମଧ୍ୟ ତ୍ୱଚା ପାଇଁ ଖୁବ ହିତକାରକ।
– ତ୍ୱଚା ଅଧିକ ଶୁଷ୍କ ହେଉଥିଲେ ବାଦାମତେଲ ନିଶ୍ଚୟ ମୁହଁରେ ଲଗାନ୍ତୁ।
– ଦହିକୁ ପ୍ରାକୃତିକ ମଶ୍ଚରାଇଜର କୁହାଯାଏ। ତେଣୁ ସପ୍ତାହକୁ ୨ ରୁ ୩ ଥର ଦହିକୁ ମୁହଁରେ ଲଗାଇ ମାଲିସ କରନ୍ତୁ। ଏହାପରେ ମୁହଁ ଧୋଇ ଦିଅନ୍ତୁ।

 

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories