www.samajalive.in
Monday, December 8, 2025
13.1 C
Bhubaneswar

ଡିସେମ୍ବର ୧୬ରେ ଆଇସିଏଆଇ ପରୀକ୍ଷା

ନୂଆଦିଲ୍ଲୀ: ଦ ଇନଷ୍ଟିଚ୍ୟୁଟ ଅଫ ଚାର୍ଟାଡ୍‌ ଆକାଉଣ୍ଟସ ଅଫ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଆୟୋଜିତ କମନ୍ ପ୍ରୋଫିସିଏନ୍ସି ଟେଷ୍ଟ (ସିପିଟି)ରେ ଅଂଶ ଗ୍ରହଣ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ଅପେକ୍ଷା ଶେଷ ହୋଇଛି । ଆସନ୍ତା ଅକ୍ଟୋବର ୪ ତାରିଖରେ ପରୀକ୍ଷା ପାଇଁ ଅବେଦନ ଆରମ୍ଭ ହେବ । ଇଚ୍ଛୁକ ପ୍ରାର୍ଥୀ ଉଦ୍ଦିଷ୍ଟ ୱେବ୍ ସାଇଟରେ ଯାଇ ଆବେଦନ କରିପାରିବେ ।

ଅବେଦନ କରିବାର ଶେଷ ତାରିଖ

- Advertisement -

ଇଚ୍ଛୁକ ପ୍ରାର୍ଥୀ ୨୫ ଅକ୍ଟୋବର ୨୦୧୮ ପର୍ଯ୍ୟନ୍ତ ଅବେଦନ କରିପାରିବେ । ଯଦି ଆପଣ ୨୫ ଅକ୍ଟୋବର ପୂର୍ବରୁ ଅବେଦନ କରୁଛନ୍ତି ତେବେ ଆପଣଙ୍କୁ ଲେଟ୍ ଫି ବା ଫାଇନ୍ ଦେବାକୁ ପଡିବନାହିଁ । କିନ୍ତୁ ୨୫ ଅକ୍ଟୋବରରୁ ନଭେମ୍ବର ୧ ତାରିଖ ମଧ୍ୟରେ ଆବେଦନ କଲେ ଫାଇନ୍ ସହ ୬୦୦ ଟଙ୍କା ଫିସ୍ ଦେବାକୁ ପଡିବ ।

ପରୀକ୍ଷା ତାରିଖ

୧୬ ଡିସେମ୍ବର ୨୦୧୮ରେ ଏହି ପରୀକ୍ଷା ଇଂରାଜୀ ଓ ହିନ୍ଦି ମିଡିୟମରେ ହେବ ବୋଲି ସୂଚନା ମିଳିଛି । ପରୀକ୍ଷାରେ ପ୍ରଥମ ସିଟିଂ ସକାଳ ୧୦:୩୦ ଏବଂ ଦ୍ବିତୀୟ ସିଟିଂ ଅପରାହ୍ନ ୨ଟାରେ ହେବ ।

 କିପରି କରିବେ ଆବେଦନ

ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ ଅଧିକାରୀଙ୍କ ୱେବସାଇଟ ଯାଞ୍ଚ କରନ୍ତୁ  ଏବଂ ପରେ ପରୀକ୍ଷା ପାଇଁ ଥିବା ଲିଙ୍କ ଉପରେ କ୍ଲିକ୍ କରନ୍ତୁ । ଏହା ସହ ପରୀକ୍ଷା ପାଇଁ ଆବଶ୍ୟକୀୟ ସୂଚନା ପ୍ରଦାନ କରିବା ପରେ ସମିଟ କରନ୍ତୁ । ପରୀକ୍ଷା ଫି ଅନଲାଇନ୍ ମାଧ୍ୟମରେ ପଇଠ କରିପାରିବେ ।

ଆପଣଙ୍କୁ ଜଣାଦିଆଉଛି କି, ଏହି ପରୀକ୍ଷା ୧୯୬ କେନ୍ଦ୍ରରେ କରାଯିବ । ଏହା ସହ ଏହି ପରୀକ୍ଷା ଭାରତ ଛଡା ଆବୁଧାବି, ଦୁବାଇ, କାଠମାଣ୍ଡୁ ଆଦି ସ୍ଥାନରେ କରାଯିବ ।

ପରୀକ୍ଷା ପାର୍ଟନ

ଏହି ପରୀକ୍ଷା ପେପର-ପେନସିଲରେ ଓ ଅନଲାଇନ୍ ମାଧ୍ୟମରେ ହେବ । ପରୀକ୍ଷାର ସମୟ ୪ ଘଣ୍ଟା ରହିଛି । ପରୀକ୍ଷାରେ ସବୁ ପ୍ରଶ୍ନ ଅବଜେକ୍ଟିଭ ଟାଇପ୍ ଏବଂ ଭୁଲ ଉତ୍ତର ପାଇ ନେଗେଟିଭ ମାର୍କିଂ ହେବ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories