କଟକ : ମାର୍ଚ୍ଚ ୧ ହେଉଛି ବିଶ୍ୱ ଦହିବରା ଦିବସ। ଦହିବରା ପାଇଁ ଅନ୍ୟ ସ୍ଥାନ ତୁଳନାରେ କଟକ ପ୍ରସିଦ୍ଧ। କଟକର ପ୍ରସିଦ୍ଧ ଦହିବରା ଖାଇବା ପାଇଁ ଖାଲି କଟକ ନୁହେଁ ବରଂ ଜିଲା ଓ ରାଜ୍ୟ ବାହାରୁ ମଧ୍ୟ ଲୋକେ ଆସି ଏହାର ସ୍ୱାଦ ନେଇଥାଆନ୍ତି। କଟକର ମୁଖ୍ୟସ୍ଥାନ ମାନଙ୍କ ଯଥା ବାରବାଟୀ ଷ୍ଟାଡିୟମ, ବଜ୍ରକବାଟି, ବାଦାମବାଡି, ବିଡାନାସୀ ଆଦି ସ୍ଥାନରେ ଦହିବରା ଖାଇବା ପାଇଁ ଲୋକଙ୍କ ବେଶ ଭିଡ ଜମେ। ଶୁକ୍ରବାର ବିଶ୍ୱ ଦହିବରା ଦିବସ ଉପଲକ୍ଷେ ଗ୍ରାହକଙ୍କ ବ୍ୟତୀତ ବ୍ୟବସାୟୀ ମାନେ ମଧ୍ୟ ଦହିବରାର ମଜା ନେଇଛନ୍ତି ବୋଲି କହିଛନ୍ତି।
Popular Categories



