www.samajalive.in
Saturday, December 6, 2025
19.1 C
Bhubaneswar

ଅଗଷ୍ଟ ୧ରୁ ସେବାରୁ ବିରତ ରହିବାକୁ ଧମକ ଦେଲେ ହାଉସ ସର୍ଜନ

କଟକ : ଥମୁନି ଏସସିବି ହାଉସ ସର୍ଜନ- ନର୍ସିଂ କର୍ମଚାରୀ ବିବାଦ । ପୁଣି ହାଉସ ସର୍ଜନ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।କାର୍ଯ୍ୟାନୁଷ୍ଠାନ ନ ହେଲେ ଆସନ୍ତା ଅଗଷ୍ଟ ୧ରୁ ସେବାରୁ ବିରତ ରହିବାକୁ ଧମକ ଦେଇଛନ୍ତି।
ରବିବାର ସନ୍ଧ୍ୟାରେ ମେଡିସିନ ୱାର୍ଡରେ ରୋଗୀଙ୍କୁ ରକ୍ତ ଦେବାକୁ ନେଇ ଉଭୟ ନର୍ସିଂ କର୍ମଚାରୀ ଓ ହାଉସ ସର୍ଜନଙ୍କ ଭିତରେ ବଚସା ହୋଇଥିଲା । ପରେ ଉଭୟ ଉଭୟଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହାସହ ନର୍ସିଂ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଅନିର୍ଦ୍ଦିଷ୍ଟ କାଳ ଯାଏ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲେ ହାଉସ ସର୍ଜନ ସଂଘ ।
ସିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ  ଚାଲିଥିବା ଏହି ବିବାଦର ସମାଧାନ ହୋଇଥିଲା। ବୈଠକରେ ଉଭୟ ସଂଘ ସହ ସିଏମସି କମିଶନର ଆଲୋଚନା କରିଥିଲେ । ପ୍ରାୟ ୨୫୦ ହାଉସ ସର୍ଜନ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ । କେବଳ ଜରୁରୀ ଚିକିତ୍ସା ଛଡା ଆଉଟଡୋର ଓ ୱାର୍ଡ କାର୍ଯ୍ୟ କରୁନଥିଲେ । ସେହିପରି ନର୍ସିଂ କର୍ମଚାରୀ କଳାବ୍ୟାଜ ପିନ୍ଧି ରୋଗୀ ସେବା ବାଧାପ୍ରାପ୍ତ ନକରି ଆନ୍ଦୋଳନ ଜାରି ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ ।

ଗଛରେ ଆମ୍ବୁଲାନ୍ସ ପିଟି ହୋଇ ରୋଗୀ ମୃତ

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories