www.samajalive.in
Saturday, December 6, 2025
23.1 C
Bhubaneswar

ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

କଟକ : ସେକେଣ୍ଡାରୀ ବୋର୍ଡ଼ ହାଇସ୍କୁଲ୍ ,କଟକଠାରେ ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀଙ୍କ ସଭାପତିତ୍ୱରେ ସର୍ବପ୍ରଥମେ “ସ୍ୱଚ୍ଛତା ହିଁ ସେବା” କାର୍ଯ୍ୟକ୍ରମ ଅନ୍ତର୍ଗତ ବିଦ୍ୟାଳୟ ଚତୁଃପାର୍ଶ୍ୱ ସଫେଇ କରାଯାଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀ,ଶିକ୍ଷକ-ଶିକ୍ଷିକା ଓ କର୍ମଚାରୀଙ୍କ ସମେତ ସ୍ଥାନୀୟ କର୍ପୋରେଟର ପ୍ରଦୀପ କୁମାର ସାହୁ, ପ୍ରାକ୍ତନ ଛାତ୍ରସଂସଦର ସଭାପତି ରଞ୍ଜିତାଭ ମହାନ୍ତି, ସଂପାଦକ ଅଶ୍ୱିନୀ ମହାନ୍ତି, ସଦସ୍ୟ ରଶ୍ମିରଞ୍ଜନ ସ୍ୱାଇଁ ଓ ପ୍ରସନ୍ନ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ। ଏହାପରେ ମହାତ୍ମାଗାନ୍ଧୀ ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ ସହ ରାମଧୂନ ଗାନ କରାଯାଇଥିଲା। ଉପସ୍ଥିତ ଶିକ୍ଷକ-ଶିକ୍ଷିକା ଓ ଅତିଥିଗଣ ଉଭୟ ବରପୁତ୍ରଙ୍କ ସ୍ମୃତିଚାରଣ କରିବା ସହ ସେମାନଙ୍କ ଜୀବନଦର୍ଶନରେ ଉଦ୍ବୁଦ୍ଧ ହେବା ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇଥିଲେ।
ପ୍ରଧାନଶିକ୍ଷକ ଶ୍ରୀ ଶତପଥି କହିଥିଲେ “ସ୍ୱଚ୍ଛତା ହିଁ ସେବା” ଓ ସଫେଇକର୍ମୀ ମାନେ ହେଉଛନ୍ତି ଇଶ୍ୱରଙ୍କ ଏକ ଭିନ୍ନ ରୂପ। ଏହି ଅବସରରେ କଟକ ମହାନଗର ନିଗମର ଦୁଇଜଣ ସ୍ୱଚ୍ଛସାଥୀଙ୍କ ସହ ବିଦ୍ୟାଳୟର ଦୁଇ ସଫେଇ କର୍ମୀ ରାଜୁ ନାୟକ ଓ ଧନେଶ୍ୱର ନାୟକଙ୍କୁ ବିଦ୍ୟାଳୟ ତରଫରୁ ପ୍ରଧାନଶିକ୍ଷକ,ସ୍ଥାନୀୟ କର୍ପୋରେଟର ଓ ବରିଷ୍ଠ ଶିକ୍ଷକ-ଶିକ୍ଷିକା ଜ୍ୟୋସ୍ନାରାଣୀ ଷଡ଼ଙ୍ଗୀ,ନାରାୟଣ ସାହୁ,ଜୟନ୍ତୀ ମାଝୀ,ଆଶାଲତା ବେହେରା ପ୍ରମୁଖ ପୁଷ୍ପମାଲ୍ୟ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ। ଏତଦ୍ବ୍ୟତୀତ ପ୍ରାକ୍ତନ ଛାତ୍ରସଂସଦ ତରଫରୁ ଆୟୋଜିତ ଫିଜିଓଥେରାପି କ୍ୟାମ୍ପ୍ରେ ଯୋଗଦେବାକୁ ଆସିଥିବା ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ନିରଟାର,ଓଲଟପୁରର ନିର୍ଦ୍ଦେଶକ ଡ଼ାକ୍ତର ପତିତପାବନ ମହାନ୍ତି ଓ ତାଙ୍କ ସହକର୍ମୀଙ୍କୁ ମଧ୍ୟ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଶିକ୍ଷକ-ଶିକ୍ଷିକା ଭାଗିରଥି ପରିଡ଼ା,ପୁଷ୍ପିତା ନାୟକ, ସୌଭାଗ୍ୟମଞ୍ଜରୀ ମହାପାତ୍ର, ପ୍ରମିଳା ଜେନ, ଅମ୍ବିକା ପୃଷ୍ଟି, ରାଜକିଶୋର ଚୌଧୁରୀ, ମଦନମୋହନ ବେହେରା, ସସ୍ମିତା ବେହେରା, ପ୍ରଭାସିନୀ ଦତ୍ତ, ଚୈତନ୍ୟ ନାୟକ, ବୀଣାପାଣି ସାହୁ, ପ୍ରମୋଦ କୁମାର ପାଲ୍, ସାଗରୀକା ଲେଙ୍କା, ଜ୍ୟୋତିର୍ମୟୀ ସାହୁ, ଅତିଥି ଶିକ୍ଷକ ଶିବାନୀ ସାହୁ, ଅଫିସ୍ ସହାୟକ ରଣଜିତ୍ ଦାସ ଓ କର୍ମଚାରୀ ରବୀନ୍ଦ୍ର କୁମାର ବେହେରା, ପ୍ରଦୀପ କୁମାର ସାମନ୍ତରାୟ, ଗଣେଶଚନ୍ଦ୍ର ନାୟକଙ୍କ ସମେତ ସମସ୍ତ ଶିକ୍ଷକ ଓ କର୍ମଚାରୀ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଶିଶୁ ମହୋତ୍ସବ ସୁରଭି-୨୦୨୩ର ଆଞ୍ଚଳିକ ସାଧନ ସ୍ତରୀୟ ବରିଷ୍ଠ ବିଭାଗ କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ଛାତ୍ର ସ୍ୱୟଂଜିତ୍ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories