www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରେମିକାଙ୍କୁ ହତ୍ୟା କଲେ ସିଆରପିଏଫ୍‌ କନଷ୍ଟେବଳ

କଚ୍ଛ: ଗୁଜରାଟର କଚ୍ଛ ଜିଲାରେ ଜଣେ ସିଆରପିଏଫ୍‌ କନଷ୍ଟେବଳ ଶୁକ୍ରବାର ରାତିରେ ପ୍ରେମିକାଙ୍କୁ ହତ୍ୟା କରିବାପରେ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି। ସୂଚନା ଅନୁଯାୟୀ ଦିଲୀପ ଡାଙ୍ଗଛିଆ ନାମକ ଏହି ଅଭିଯୁକ୍ତ ସିଆରପିଏଫ୍‌ କନଷ୍ଟେବଳ ଭାବେ ମଣିପୁରରେ କାର୍ଯ୍ୟ କରୁଥିବାବେଳେ ଅଞ୍ଜାର ଥାନାର ମହିଳା ଏଏସ୍‌ଆଇ ଅରୁଣାବେନ ଯାଦଭଙ୍କୁ ପ୍ରେମ କରୁଥିଲେ। ଏପରିକି ସେମାନେ ଲିଭ୍‌-ଇନ୍‌ରେ ମଧ୍ୟ ରହୁଥିଲେ। ଶୁକ୍ରବାର ରାତିରେ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିବାବେଳେ ଅରୁଣା ତାଙ୍କ ଶାଶୂଙ୍କ ସମ୍ପର୍କରେ ପ୍ରତିକୂଳ ମନ୍ତବ୍ୟ ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ଦିଲୀପ ଅରୁଣାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲେ। ଉଭୟ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଥିଲେ ବୋଲି ଦିଲୀପଙ୍କ ପରିବାର ପକ୍ଷରୁ କୁହାଯାଇଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories