www.samajalive.in
Friday, December 5, 2025
20.1 C
Bhubaneswar

ଆମେ ଭୁଲିବୁନି କି କ୍ଷମା କରିବୁନି…କଠୋର ପଦକ୍ଷେପ ନେବୁ: ସିଆରପିଏଫ

ଶ୍ରୀନଗର: ଗୃହ ମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗରଠାରେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ମରଶରୀରକୁ ଶ୍ରୀନଗର ଅଣାଯାଇଥିଲା। କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ ଶ୍ରଦ୍ଧାଞ୍ଜଳି ଦେବା ପରେ ମରଶରୀରକୁ ଯବାନଙ୍କ ଜନ୍ମସ୍ଥାନ ଅଭିମୁଖେ ପଠାଯାଇଥିଲା। ସୁରକ୍ଷାବାହିନୀ ପକ୍ଷରୁ ମଧ୍ୟ ସେମାନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଗୃହ ମନ୍ତ୍ରୀ ନିଜେ କଫିନ୍‌ ଗୁଡିକୁ ଗାଡ଼ିକୁ ବୋହି ନେଇଥିଲେ। ଗୃହମନ୍ତ୍ରୀ ରାହନାଥ ସିଂହ, ରାଜ୍ୟପାଳ ସତ୍ୟପାଲ ମଲିକ, ଗୃହ ସଚୀବ ରାଜୀବ ଗୌବା, ସିଆରପିଏଫ ମହାନିର୍ଦ୍ଦେଶକ ଆର. ଆର. ଭଟନାଗର, ଜାମ୍ମୁ କାଶ୍ମୀର ପୁଲିସ ଡିଜି ଦୀଲବାଗ ସିଂହ ଶହୀଦ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଗୃହମନ୍ତ୍ରୀ କହିଛନ୍ତି, ଶହୀଦ ଯବାନମାନଙ୍କ ପ୍ରାଣବଳୀ ବ୍ୟର୍ଥ ଯିବାକୁ ଦିଆଯିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶହୀଦ ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ କହିଛନ୍ତି, ଆକ୍ରମଣରେ ଜଡିତ କାହାକୁ ବି ଛଡ଼ାଯିବନି ଏବଂ ସେଥିପାଇଁ ସୁରକ୍ଷା ବଳକୁ ସମ୍ପୂର୍ଣ ଅଧିକାର ଦିଆଯିବ। ସିଆରପିଏଫ କହିଛି ଯେ, ଏଭଳି ଆତଙ୍କୀ ଆକ୍ରମଣରେ ଲିପ୍ତ ବ୍ୟକ୍ତିଙ୍କୁ ସେମାନେ କେବେ ବି ଭୁଲିବେନି, କଠୋର ପଦକ୍ଷେପ ନେବୁ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories