www.samajalive.in
Saturday, December 6, 2025
14.1 C
Bhubaneswar

ଫସଲ ବୀମା ଯୋଜନାରେ ସାମିଲ ହେବେ ୩ ନିୟୁତ ଚାଷୀ

ଭୁବନେଶ୍ବର: ଚଳିତ ବର୍ଷ ଫସଲ ବୀମା ଯୋଜନାରେ ରାଜ୍ୟର ୩ ନିୟୁତ ଚାଷୀଙ୍କୁ ସାମିଲ କରାଯିବ । ଖରିଫ ଋତୁରେ ଚାଷୀଙ୍କୁ ୫ ଲକ୍ଷ ଟନ୍ ବିହନ ଓ ୯ ଲକ୍ଷ ଟନ୍ ବିହନ ଯୋଗାଇ ଦିଆଯିବ । ରାଜ୍ୟରେ ୬୦%ରୁ ଅଧିକ ଲୋକ ଚାଷ ଉପରେ ନିର୍ଭରଶୀଳ ଥିବାରୁ ଏହାକୁ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି ବୋଲି କହିଛନ୍ତି ରାଜ୍ୟ କୃଷି ସଚିବ ସୌରଭ ଗର୍ଗ ।

ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଗର୍ଗ କହିଛନ୍ତି ଯେ କରୋନାକାଳରେ ରାଜ୍ୟ ସରକାର ଚାଷୀ ଓ ଚାଷର ବିକାଶ ନିମନ୍ତେ ସମାନ୍ତରାଳ ଯୋଜନା ପ୍ରସ୍ତୁତ କରିଛନ୍ତି । ଚଳିତ ଖରିଫ ଋତୁରେ ୬୨ ଲକ୍ଷ ହେକ୍ଟର ଜମିରେ ଚାଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ସେହିପରି ୯୨ ଲକ୍ଷ ଟନ୍ ଖାଦ୍ୟଶସ୍ୟ ଉତ୍ପାଦନ ହେବାର ଆକଳନ କରାଯାଇଛି । ତେଣୁ ଚାଷୀମାନଙ୍କ ସମସ୍ୟା ସମାଧାନ ନିମନ୍ତେ ଯୋଜନା କରାଯାଇଛି । ଚାଷୀମାନେ ସେମାନଙ୍କ ସମସ୍ୟା ନେଇ ସିଧାସଳଖ କ୍ଷେତ୍ର ଅଧିକାରୀଙ୍କ ସହ କଥା ହୋଇପାରିବେ । ଜିଲ୍ଲା ସ୍ତରରେ ମଧ୍ୟ ରହିଛନ୍ତି ଜଣେ ଲେଖାଏଁ ନୋଡାଲ ଅଫିସର ।   ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟାର ସମାଧାନ ପାଇଁ ସପ୍ତାହର ପ୍ରତି ସୋମବାର ପଞ୍ଚାୟତରେ କ୍ଷେତ୍ରସ୍ତରୀୟ ସମ୍ପ୍ରସାରଣ ଅଧିକାରୀ ବୈଠକ କରିବେ । ସେହିପରି ବ୍ଲକସ୍ତରରେ ପ୍ରତି ପ୍ରଥମ ଓ ତୃତୀୟ ଶନିବାର ବୈଠକ କରାଯାଇ ଚାଷୀମାନଙ୍କ ସମସ୍ୟାର ସମାଧାନ କରାଯିବ ବୋଲି ଶ୍ରୀ ଗର୍ଗ କହିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories