www.samajalive.in
Monday, December 8, 2025
13.1 C
Bhubaneswar

ମସ୍ତିଷ୍କ ରୋଗରେ ଶଯ୍ୟାଶାୟୀ ପରଦେଶୀ ; ଖୋଜୁଛନ୍ତି  ସହାୟତାର ହାତ

ରେଙ୍ଗାଲିକେମ୍ପ : ଗରିବ ଅସହାୟ ମାନଙ୍କୁ ସରକାରୀ ସହାୟତା ଯୋଗାଇବା ପାଇଁ ଯୋଜନା ପରେ ଯୋଜନା ତିଆରି ହେଉଛି। ହେଲେ ସେଇ ଯୋଜନା ଗୁଡିକରୁ ବଞ୍ଚିତ  ଯୋଗ୍ୟ ବିବେଚିତ। ବାସ୍ତବରେଏହାର ଅସଲ ଚିତ୍ର  ଆଜି ଗାଆଁ ଗଣ୍ଡା ମାନଙ୍କରେ ଦେଖିବାକୁ ମିଳିଛି।ତେଲିଆ ମୁଣ୍ଡରେ ତେଲ ପରି, ଯିଏ ଏହି ସହାୟତା ପାଇବା କଥା ତା ପାଖକୁ ପହଞ୍ଚିପାରୁନାହିଁ କିନ୍ତୁ ଥିଲବାଲାଙ୍କୁ ଆହୁରି ମିଳୁଛି । ଫଳରେ ରାଜ୍ୟରେ ଧନୀ ଦରିଦ୍ର ମଧ୍ୟରେ ଅସମାନତା ବଢ଼ିଚାଲିଛି । କିଏ ସହାୟତା ପାଇବା ପାଇଁ ଜୀବନ ସହ ସଂଗ୍ରାମ କରୁଛି ତ୍ ଆଉ କାହା  ପ୍ୟାକେଟ ଗରମ ହୋଇ ଚାଲିଛି । ଏମିତି ଏକ ଦୁଃଖଦ ପୂର୍ଣ୍ଣ ଜୀବନ ଯନ୍ତ୍ରଣାରେ ଜୀବନର ଶେଷ ଦିନ ଗଣୁଛନ୍ତି  ପରଦେଶୀ, ଅର୍ଥାଭାବ ଯେମିତି  ଚିର ସାଥୀ ହୋଇଯାଇଛି  ତାଙ୍କ ପାଇଁ। ତାଙ୍କର ଅବସ୍ଥା ଦେଖିଲେ ବେଶ୍ ଭଲ ଭାବରେ  ବୁଝିହେବ ଯେ  ଅର୍ଥାଭାବ ମଣିଷକୁ  କେଉଁ କେଉଁ ପରିସ୍ଥିତିରେ  ପକାଇପାରେ ।
ପରଦେଶୀ ବଗର୍ତ୍ତି ହେଉଛନ୍ତି ଅତାବିରା ବ୍ଲକ ଲସ୍ତଲା ଗ୍ରାମର ଜଣେ ଗରିବ ଶ୍ରେଣୀର ଲୋକ, ବୟସ ମାତ୍ର ୪୯ । ଦୀର୍ଘ  ବର୍ଷ ହେବ ବାପା ଅଜା ଅମଳରୁ ସେ ଟିଟିଲାଗଡରୁ ଆସି ଲସ୍ତଲା ଗ୍ରାମର  ହାଟପଦାରେ ରହିଆସିଛନ୍ତି । ପରଦେଶୀଙ୍କ ପରିବାର ରେ ଅଛନ୍ତି ସ୍ତ୍ରୀ ସମାରି, ତିନି ଝିଅ ଓ  ଏକ ମାତ୍ର ପୁଅ  ସଞ୍ଜୀବ ଯିଏ ବର୍ତ୍ତମାନ  ୮ବର୍ଷର । ପୁଅଝିଅ ମାନଙ୍କୁ ଉଚ୍ଚ ଶିକ୍ଷିତ କରାଇ ତାଙ୍କୁ ଭଳ ମଣିଷ କରିବା ପାଇଁ ସପ୍ନ  ଦେଖିଥିଲେ ପରଦେଶୀ । ତେଣୁ କୁଲି ମଜୁରୀ କାମ କରି  ସେ ପରିବାର ଚଳାଇ ନେଉଥିଲେ । ପରେ ଗାଆଁର ଜଣେ ଆନ୍ଧ୍ର ବ୍ୟକ୍ତିଙ୍କ ପାଖରେ ଗୋତି କାମ କରୁଥିଲେ  । କିନ୍ତୁ ଭାଗ୍ୟର ବିଡମ୍ବନା ଯେ ତାଙ୍କର ସେଇ ସପ୍ନ ଅଧାରେ  ରହିଗଲା । ଦିନେ  ବିଲରେ ଔଷଧ ସିଞ୍ଚନ କରି  ଫେରିବା ପରେ ତାଙ୍କର ଦେହ ଅସୁସ୍ଥ ହୋଇଗଲା । ତେଣୁ ଚିକିତ୍ସା ପାଇଁ ପ୍ରଥମେ ବରଗଡ଼ ଓ ପରେ ବୁର୍ଲ୍ଲା ଡାକ୍ତରଖାନାକୁ ନିଆଗଲା । ବୁର୍ଲା ଡ଼ାକ୍ତର  ପରୀକ୍ଷା କଲାପରେ ତାଙ୍କର ଲିଭର୍ ଖରାଫ ହୋଇଯାଇଛି ବୋଲି କହିଥିଲେ। ଏହାପରେ ମଝିରେ ମଝିରେ ତାଙ୍କୁ ବୁର୍ଲାରେ ସାତ ଆଠ ଦିନ ଲେଖାଏଁ ଭର୍ତ୍ତି କରିବାକୁ ପଡ଼ିଲା ।  ପାଖରେ ଥିବା ସମସ୍ତ ଟଙ୍କା ଖର୍ଚ୍ଚ ହୋଇଗଲା,ଏପଟେ ପରିବାର ପାଇଁ ଜଣେ ମାତ୍ର  ରୋଜଗାର କ୍ଷମ ବ୍ୟକ୍ତି ଅସୁସ୍ଥ ହୋଇଯିବା ଫଳରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଲା ତେଣୁ ବଡ ଝିଅ ଦଶମ ପାଠ ପଢା ଛାଡ଼ି ଏବେ କୁଲି ମଜୁରୀ କାମ କରୁଛନ୍ତି।ପରିସ୍ଥିତି ପାଇଁ ଅଧାରେ ରହିଗଲା ତାର ପାଠପଢ଼ା । ପେଟ ପାଇଁ ଆହାର ଯୋଗାଡ କରିବା କଷ୍ଟକର ହେଉଛି।  ଚିକିତ୍ସା ପାଇଁ  ଅର୍ଥ ଆସିବ କେଉଁଠୁ । ତେଣୁ ଚିକିତ୍ସା ପାଇଁ କିଛି ସହାୟତା ମିଳିଲେ ପରଦେଶୀଙ୍କ ଜୀବନ  ବଞ୍ଚିଯିବ ବୋଲି ପରିବାର ଅନେଇ ରହିଛନ୍ତି । ତେବେ ଜିଲ୍ଲା ପ୍ରଶାସନ ଏହି ପରିବାର ପ୍ରତି ଦୃଷ୍ଟିଦେବା ପାଇଁ ସାଧାରଣରେ ଦାବି ହେଉଛି ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories