www.samajalive.in
Sunday, December 7, 2025
26.1 C
Bhubaneswar

୬୫ କିଲୋ ଗଞ୍ଜେଇ ସହ କାର ଜବତ ; ୨ ଗିରଫ

ମୋହନା  : ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ବର୍ଷସାରା ଶହ ଶହ କୁଇଣ୍ଟାଲ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏଭଳି ଗଞ୍ଜେଇ ଚୋରା ଚାଲାଣ ରୋକିବା ପାଇଁ ଗଜପତି ଜିଲ୍ଲାର ତିନିଟି ଥାନା ଅଧିକାରୀ ରାତି ଦିନ ଏକ କରିଦେଇଛନ୍ତି । ଗଜପତି ଏସପି ଜୟରାମ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏସଡିପିଓ ଦିଲ୍ଲୀପ କୁମାର ନାୟକଙ୍କ ତତ୍ବାବଧାନରେ ମୋହନା ଥାନା ଅଧିକାରୀ ସୁଜିତ୍ କୁମାର ନାୟକ ଓ ତାଙ୍କ ଟିମ ରାତ୍ରକାଳୀନ ପେଟ୍ରୋଲିଂ କରୁଥିବା ବେଳେ ଲୁହାଗୁଡି -ଚାନ୍ଦିପୁଟ ରାସ୍ତାରେ ଏକ ହୋଣ୍ଡା ସିଟି କାର  ଦ୍ରୁତ ବେଗରେ ଆସୁଥିବା ଦେଖି ସନ୍ଦେହରେ ଅଟକାଇ ଯାଞ୍ଚ କରିବା ବେଳେ କାର ମଧ୍ୟରୁ ୩ଟି ଜରି ବସ୍ତାରେ ୬୫ କିଲୋ ଗଞ୍ଜେଇ ରହିଥିବା ଜାଣିବାକୁ ପାଇଥିଲେ। ଯାହାର ବଜାରରେ ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ହେବ। ଘଟଣାସ୍ଥଳରୁ ଝାଡଖଣ୍ଡ ରାଜ୍ୟ କୋଟେ ରମା ଗ୍ରାମର ମୁଶାରଫ ଆଲାମ (୧୯) ଓ ବିହାର ରାଜ୍ୟ କୋଟ ଆଲି ଥାନା ଅନ୍ତର୍ଗତ କମନା ନେହୁର ଗ୍ରାମର ସୁରଜ ମେହେତୋ(୨୩) କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ କାରକୁ ମଧ୍ୟ ଜବତ କରା ଯାଇଛି। ମାଫିଆମାନେ ମୋହନା ଥାନା ଅନ୍ତର୍ଗତ ବାଘମାରୀ ପଞ୍ଚାୟତରୁ ଗଞ୍ଜେଇ ସଂଗ୍ରହ କରି ବିହାର ରାଜ୍ୟର ପାଟଣା ସହରକୁ ଚୋରାଚାଲାଣ କରୁଥିଲେ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories