www.samajalive.in
Monday, December 8, 2025
27.1 C
Bhubaneswar

ପଡିକାର୍ଡରେ ଜିନିଷ ସଂଗ୍ରହ ପାଇଁ ୩ ଗ୍ରାମବାସୀ ଚାଲୁଛନ୍ତି ୨୨ କିଲୋମିଟର

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଳକରେ ବହୁ ଆଦିବାସୀ ଗ୍ରାମ ଦୁର୍ଗମ ପାହାଡ ଅଞ୍ଚଳରେ ରହିଛି । ଏହି ସବୁ ଗ୍ରାମର ଲୋକମାନଙ୍କୁ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ପାହାଡ଼ ପଥରେ ଦଶରୁ କୋଡ଼ିିଏ କିଲୋମିଟର ଚାଲିବାକୁ ପଡୁଛି । ଏହି ବ୍ଳକର ବୁରାତାଲ ପଞ୍ଚାୟତର ବହୁ ଗ୍ରାମକୁ ପକ୍କା ରାସ୍ତା ନାହିଁ । ପଞ୍ଚାୟତର ୩ଟି ଗ୍ରାମର ଲୋକମାନେ ବିଭିନ୍ନ କାର୍ଯ୍ୟ ସମ୍ପାଦନ ପାଇଁ ୨୨ କିଲୋମିଟର ଚାଲି ବାକୁ ପଡୁଛି । ଏହି ୩ଟି ଗ୍ରାମ ମହଲିମ୍ବ, ହରଡ଼ାପାଟୁ ଏବଂ ନୂଆସାହି ବୋଲି ଜଣା ପଡ଼ିଛି। ଏହି ୩ ଟିଗ୍ରାମ ପାହାଡ଼ ଉପରେ ରହିଛି । ପଞ୍ଚାୟତ ଠାରୁ ଏହି ୩ଟି ଗ୍ରାମର ଦୂରତା ୧୫ କିଲୋମିଟର ଅଟେ। ତେବେ ବୁରାତାଲ ପଞ୍ଚାୟତ କେନ୍ଦ୍ର ସ୍ଥଳରେ ପୂର୍ବରୁ ବିଭିନ୍ନ କାର୍ଯ୍ୟ ସମ୍ପାଦନ ହେଉଥିଲା । ତେବ ପାହାଡ ଉପରେ ପଞ୍ଚାୟତ ଥିବା ଯୋଗୁଁ ଲୋକଙ୍କ ଯାତାୟତ ପାଇଁ ଭଲ ରାସ୍ତା ଟିଏ ପୂର୍ବରୁ ନଥିବା ଯୋଗୁଁ ପାହାଡ ତଳ ଡୁଡୁକା ବାଡ ନିକଟରେ ପଞ୍ଚାୟତର ବିଭିନ୍ନ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା । ଯାହା ଫଳରେ ଲୋକମାନେ ଡୁଡୁକା ବାଡ ନିକଟକୁ ଆସି ପଞ୍ଚାୟତ ସ୍ତରରେ ମିଳୁଥିବା ସୁବିଧା ପାଉଥିଲେ । ତେବେ ଡୁଡୁକା ବାଡ ଠାରୁ ପଞ୍ଚାୟତର ବହୁ ଗ୍ରାମ ଦୂରରେ ଅବସ୍ଥିତ। ତେବେ ମହଲିମ୍ବ ସହିତ ଏହି ଗ୍ରାମ ନିକଟରେ ଥିବା ଅନ୍ୟଗ୍ରାମର ଲୋକମାନେ ପଡିକାର୍ଡରେ ଜିନିଷ ସଂଗ୍ରହ କରିବା ପାଇଁ ୧୧ କିଲୋମିଟର ଯାଇ ଜିନିଷ ଧରି ପୁଣି ସେହି ରାସ୍ତାରେ ଫେରିବାକୁ ପଡୁଛି ।

- Advertisement -

ଏହି ତିନୋଟି ଗ୍ରାମକୁ ପାହାଡ଼ ତଳ ଗୁଜୁଲିଙ୍ଗୀ ନିକଟରୁ ରାସ୍ତା ନିର୍ମାଣ କରାଯାଇ ଅଧାରେ ଅଟକିଛି । ଏବେ ବିଭିନ୍ନ ସମୟରେ ବର୍ଷା ଯୋଗୁଁ ରାସ୍ତା ଖାଲ ଖମା ହୋଇ ଜାତ।ୟତରେ ଅସୁବିଧା ସୃଷ୍ଟି ହୋଇଛି । ରାସ୍ତା ନିର୍ମାଣପାଇଁ କତ୍ତୃପକ୍ଷଙ୍କୁ ଗ୍ରାମବାସୀ ବାରମ୍ବାର ନିବେଦନ କରିବା ସତ୍ତ୍ବେ  ସେଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଏହି ତିନି ଗ୍ରାମର ଲୋକମାନେ ପଡି କାର୍ଡ ରେ ଜିନିଷ ସଂଗ୍ରହ ଭତ୍ତା ଏବଂ ବିଭିନ୍ନ କାର୍ଯ୍ୟ ପାଇଁ ଡୁଡୁକାବାଡ ଆସି ଥାଆନ୍ତି।ତେବେ ଜିନିଷ ସଂଗ୍ରହରେ ବିଳମ୍ବ ହେଲେ ଫେରିବା ବେଳେ ରାତି ହୋଇଗଲେ ଜଙ୍ଗଲ ରାସ୍ତାରେ ଯିବାକୁ ପଡୁଛି । ତେବେ ପାହାଡ ଉପରୁ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି ଆଗୁଆ ସୁବିଧା ଯୋଗାଇ ଦେଲେ ଲୋକଙ୍କ ଫେରିବା ବେଳେ ସୃଷ୍ଟି ହେଉଥିବା ଅସୁବିଧା ଦୂର ହୋଇପାରିବ।ଅନ୍ୟପକ୍ଷରେ ଏହି ତିନୋଟିଗ୍ରାମକୁ ରାସ୍ତା ସଂଯୋଗ କରିବା ସହିତ ପୂର୍ବରୁ ନିର୍ମାଣ କରାଯାଇଥିବା ରାସ୍ତା ମରାମତି କରି ପକ୍କା କରାଗଲେ ଲୋକଙ୍କ ଯାତାୟତ ସମସ୍ୟା ଦୂର ହୋଇ ପାରିବ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories