www.samajalive.in
Saturday, December 13, 2025
26.1 C
Bhubaneswar

ଅମ୍ପାୟାରିଂକୁ ଭର୍ତ୍ସନାକଲେ ବ୍ରାଥ୍‌ୱେଟ୍‌

ଢାକା : ରବିବାର ଏଠାରେ ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚରେ ଘରୋଇ ବାଂଲାଦେଶକୁ ୫୦ ରନରେ ପରାସ୍ତ କରି ୱେଷ୍ଟଇଣ୍ଡିଜ ତିନିଟିକିଆ ସିରିଜକୁ ୨-୧ରେ ହାତେଇ ନେଇଛି। ବିଜୟ ସତ୍ତ୍ବେ ଏହି ମ୍ୟାଚରେ ଅମ୍ପାୟାରଙ୍କ ଭୂମିକାକୁ ଇଣ୍ଡିଜ ଅଧିନାୟକ କାର୍ଲୋସ ବ୍ରାଥ୍‌ୱେଟ୍‌ ତୀବ୍ର ସମାଲୋଚନା କରିଛନ୍ତି। ଏହି ମ୍ୟାଚରେ ବାଂଲାଦେଶର ତନ୍‌ଭୀର ଅହମ୍ମଦ ଓ ମାସୁଦର ରେହମାନ ପଡିଆ ଅମ୍ପାୟାର ଦାୟିତ୍ବ ତୁଲାଇଥିଲେ। ଏ ଦୁଇ ଅମ୍ପାୟାରଙ୍କ ଏକାଧିକ ନିଷ୍ପତ୍ତି ୱେଷ୍ଟଇଣ୍ଡିଜ ବିପକ୍ଷରେ ଯାଇଥିଲା ବୋଲି ବ୍ରାଥ୍‌ୱେଟ୍‌ ଅଭିଯୋଗ କରିଛନ୍ତି। ବାଂଲାଦେଶ ଇିନିଂସର ୪ର୍ଥ ଓଭରରେ ଇଣ୍ଡିଜ ଫାଷ୍ଟ ବୋଲର ଓସାନେ ଥୋମାସଙ୍କ ଏକ ବଲକୁ ତନ୍‌ଭୀର ନୋ-ବଲ ଘୋଷଣା କରିଥିଲେ। ଏହି ବଲ ଖେଳିବାକୁ ଯାଇ ବାଂଲା ଓପନର ଲିଟନ ଦାସ ମିଡ୍‌ ଅଫ୍‌ରେ ଫିଲ୍ଡିଂ କରୁଥିବା ସିମ୍ରନ ହେତ୍‌ମିୟରଙ୍କ ହାତରେ ଧରାପଡିଥିଲେ। ତେବେ ନୋ-ବଲ ଯୋଗୁଁ ଲିଟନ ଆଉଟ ହେବାରୁ ବର୍ତ୍ତିଯାଇଥିଲେ। ବଡ ପରଦାରେ ରିପ୍ଲେରୁ ଏହା ଏକ ବୈଧ ବଲ ଥିଲା ବୋଲି ଜଣାପଡିଥିଲା। ବ୍ରାଥ୍‌ୱେଟ୍‌ ଏହାର ପ୍ରତିବାଦରେ ବାଉଣ୍ଡାରୀ ଲାଇନ ନିକଟକୁ ଯାଇ ମ୍ୟାଚ ରେଫେରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ରିଭ୍ୟୁ ପାଇଁ ଆବେଦନ କରିଥିଲେ। ଏଥିପାଇଁ ଖେଳ ପ୍ରାୟ ୧୦ ମିନିଟ ବାଧାପ୍ରାପ୍ତ ହୋଇଥିଲା। ତେବେ ପଡିଆ ଅମ୍ପାୟାରଙ୍କ ନୋ-ବଲ ନିଷ୍ପତ୍ତି ଉପରେ ରିଭ୍ୟୁ ମାଗିବାର ନିୟମ ନ ଥିବାରୁ ଇଣ୍ଡିଜ ଅଧିନାୟକଙ୍କୁ ନିରାଶ ହେବାକୁ ପଡିଥିଲା। କେବଳ ଟ୍ବେଣ୍ଟି୨୦ କାହିଁକି ଏହାପୂର୍ବରୁ ଖେଳାଯାଇଥିବା ଦିନିକିଆ ସିରିଜରେ ମଧ୍ୟ ଅମ୍ପାୟାରଙ୍କ ଏକାଧିକ ନିଷ୍ପତ୍ତି ଇଣ୍ଡିଜ ବିପକ୍ଷରେ ଯାଇଥିଲା ବୋଲି ବ୍ରାଥ୍‌ୱେଟ୍‌ କହିଛନ୍ତି। ସିରିଜର ଦ୍ବିତୀୟ ଦିନିକିଆରେ ବ୍ରାଥ୍‌ୱେଟ୍‌ଙ୍କ ଏକ ବଲକୁ ତନ୍‌ଭୀର ୱାଇଡ୍‌ ଘୋଷଣା କରିଥିଲେ। ଫଳରେ ବ୍ୟାଟିଂ କରୁଥିବା ସାକିବ ଅଲ୍‌ ହାସାନଙ୍କ ବ୍ୟାଟରେ ଏହି ବଲ ବାଜିଥିଲେ ସୁଦ୍ଧା ଅମ୍ପାୟାର ତାଙ୍କୁ ନଟ୍‌ଆଉଟ ଘୋଷଣା କରିଥିଲେ। ତୃତୀୟ ଦିନିକିଆରେ ଇଣ୍ଡିଜ ଅଧିନାୟକ (ଦିନିକିଆ) ରୋଭ୍‌ମ୍ୟାନ ପୱେଲଙ୍କୁ ଅମ୍ପାୟାର ଆଉଟ ଘୋଷଣା କରିଥିଲେ। ସେହି ସମୟରେ ବାଂଲାଦେଶର ୬ ଜଣ ଫିଲ୍ଡର ଲେଗ୍‌ସାଇଡ୍‌ରେ ଫିଲ୍ଡିଂ କରୁଥିଲେ। ନିୟମ ଅନୁଯାୟୀ ଅମ୍ପାୟାର ଉକ୍ତ ବଲକୁ ନୋ-ବଲ ଘୋଷଣା କରିବା କଥା। ତେବେ ଇଣ୍ଡିଜ ଦଳକୁ ଏ କ୍ଷେତ୍ରରେ ନ୍ୟାୟ ମିଳିନଥିଲା। ବ୍ରାଥ୍‌ୱେଟ୍‌ ସେହି ମ୍ୟାଚ​‌େ​‌ର ଖେଳୁନଥିଲେ ସୁଦ୍ଧା ଡ୍ରିଙ୍କ୍‌ସ ବିରତି ସମୟରେ ପଡିଆରେ ପ୍ରବେଶ କରି ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories