www.samajalive.in
Friday, December 12, 2025
15.1 C
Bhubaneswar

ବ୍ଲକ ସ୍ତରୀୟ କ୍ରିକେଟର ଟୁର୍ଣ୍ଣାମେଣ୍ଟ ଉଦଘାଟିତ,  ସୁପର ଓଭରରେ ଏବି ଇଲେଭେନ ବିଜୟୀ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କରପା ପଞ୍ଚାୟତ ଟିକିରା ଗ୍ରାମ ଠାରେ ବ୍ଲକ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚର ସୁପର ଓଭରରେ ଏବି ଇଲେଭେନ ଇରିପିପୁଟ  ବିଜୟୀ ହୋଇଛି।
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୭ଦଳ ଭାଗ ନେଇଥିଛନ୍ତି।  ଉଦଘାଟନୀ ମ୍ୟାଚକୁ ଟିକିରା ସରପଞ୍ଚ ସୁକାନ୍ତି କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ପୂର୍ବତନ ସରପଞ୍ଚ ସିନ୍ଧୁ କୁଲେସିକା ଯୋଗ ଦେଇଥିଲେ।
ଏହି ଉଦଘାଟନୀ ମ୍ୟାଚରେ  କିଙ୍ଗ କୋବ୍ରା ଟିକିରା ସହ ଏବି ଇଲେଭେନ ଇରିପିପୁଟ ମଧ୍ୟରେ ୧୦ଓଭର ଲେଖାଏଁ ଖେଳ ହୋଇଥିଲା। ପ୍ରଥମେ ଟିକିରା ଦଳ ୧୦ଓଭର ଖେଳି ୯୬ରନ କରିଥିଲେ । ଏବି ଇଲେଭେନ ଇରିପିପୁଟ ଦଳ ମଧ୍ୟ ୧୦ ଓଭର ରେ ୯୬ରନ କରିଥିଲେ । ଏହା ପରେ ଉଭୟ ଦଳ ସୁପର ଓଭର ଖେଳିଥିଲେ। ଏଥିରେ ଟିକିରା ଦଳ ଗୋଟିଏ ଓଭରରେ ୧୧ରନ କରିଥିବା ବେଳେ ଇରିପିପୁଟ ଦଳ ଦୁଇଟି ବଲ ବାକି ଥାଇ ବିଜୟୀ ହୋଇଥିଲେ। ବହୁ ସଂଖ୍ୟାରେ କ୍ରିକେଟପ୍ରେମୀ ମାନେ ଉପସ୍ଥିତ ରହି କ୍ରିକେଟ ଉପଭୋଗ କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories