www.samajalive.in
Thursday, December 11, 2025
23.1 C
Bhubaneswar

ପାଣି ପାଇଁ ଡହଳ ବିକଳ ମଝିସାହି ଗ୍ରାମବାସୀ

ଫୁଲବାଣୀ: ବର୍ତ୍ତମାନ ଦିନକୁ ଦିନ ଖରା ବଢ଼ିବାରେ ଲାଗିଛି। କେଉଁଠି ଚୁଆ ପାଣି ଉପରେ ଲୋକେ ଭରସା କରୁଛନ୍ତି ତ କେଉଁଠି ନଦୀ ପାଣି ଉପରେ ଭରସା କରି ବର୍ଷ ତମାମ ଚଳୁଛନ୍ତି ଅନେକ ଗ୍ରାମବାସୀ। ଏମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ଯେମିତି ସାତ ସପନ ପାଲଟିଥିବା ବେଳେ ଆଜି ପର୍ଯ୍ୟନ୍ତ ବିକୌଣସି ସୁବିଧା ପହଞ୍ଚି ପାରିନାହିଁ, ଯଦ୍ୱାରା ପାଣି ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। ଖରାଦିନରେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ଗୋଛାପଡା ପଞ୍ଚାୟତ ୭ ନମ୍ବର ୱାର୍ଡ ଡେରାକୁମ୍ପା ଗାଁ ନିକଟ ମଝି ସାହି ହରିଜନ ସାହିରେ। ଏହି ଗାଁ ଡେରାକୁମ୍ପା ଗାଁ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଗାଁଠାରୁ ଦୂରରେ ରହିଛି। ଏହି ଗାଁରେ ୬ଟି ଦଳିତ ପରିବାର ବାସ କରନ୍ତି। ଗାଁରେ ପାଣି ପାଇଁ ସେଭଳି କିଛି ବ୍ୟବସ୍ଥା ନ ଥିବାରୁ ବର୍ଷ ତମାମ ଗାଁରୁ କିଛି ଦୂରରେ ଥିବା ପାଟିଙ୍ଗ ନାଳରୁ ପାଣି ପିଉଥିବା ବେଳେ ସୁନା ମୁଦି ନଦୀ ପାଣିରେ ସ୍ନାନ ଶୌଚ କରୁଥିବା କହିଛନ୍ତି ଗ୍ରାମବାସୀ। ଏବେ ନଦୀ ନାଳ ସୁଖି ଯାଇଥିବାବେଳେ ନଦୀ ପାଣି ମଧ୍ୟ ଗୋଳିଆ ହୋଇ ପଡିଛି, ଯାହାକୁ ନେଇ ପାଣି ପାଇଁ ସମସ୍ୟା ଉପୁଜିଛି। ପାଣି ପାଇଁ ଗ୍ରାମବାସୀ ବାରମ୍ବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଫିରିଙ୍ଗିଆ ବିଡିଓ ଏବଂ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ସଫଳ ହୋଇ ପାରିନାହିଁ। ତୁରନ୍ତ ଗାଁରେ ଏକ ନୂତନ ନଳକୂପ କିମ୍ବା ପିଇବା ପାଣି ଯୋଗାଇ ଦେବାକୁ ସମିତା ଦିଗାଲ, ଜୁମେଲୀ ଦିଗାଲ, ସନ୍ୟାସୀ ଦିଗାଲ, ଗୁରୁବନ ଦିଗାଲ, କିଶୋର ଦିଗାଲ, ଡମ୍ବରୁ ଦିଗାଲ ଓ ଅନ୍ୟ ଗ୍ରାମବାସୀ ଦାବି କରିଛନ୍ତି।

Hot this week

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା: ସ୍ଥିତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୧୨ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା।...

ଦ୍ବିତୀୟ ଟି୨୦ ଆଜି; ୨-୦ ଲକ୍ଷ୍ୟରେ ଭାରତ

ନ୍ୟୁ ଚଣ୍ଡିଗଡ଼ : ନ୍ୟୁ ଚଣ୍ଡିଗଡ଼ ବା ମୁଲାନ୍‌ପୁର ଷ୍ଟାଡିୟମ୍‌ରେ କୌଣସି...

ରେଳ ଚଳାଚଳ ମାର୍ଗରେ ପୁନଃସଂଶୋଧନ

ଭୁବନେଶ୍ୱର : ଖୋର୍ଦ୍ଧା ରୋଡ ଡିଭିଜନ ଅନ୍ତର୍ଗତ ରାଜ ଆଠଗଡ଼ ଏବଂ...

Related Articles

Popular Categories