www.samajalive.in
Friday, December 12, 2025
27.1 C
Bhubaneswar

୨ୟ ଦିନିକିଆରେ ଇଂଲଣ୍ଡ ବିଜୟୀ

ଦାମ୍ବୁଲା : ଅଧିନାୟକ ଇଓନ ମୋର୍ଗାନ ଓ ଜୋ ରୁଟ୍‍ଙ୍କ ପ୍ରଶଂସନୀୟ ଅର୍ଦ୍ଧଶତକ ବଳରେ ଇଂଲଣ୍ଡ ଏଠାରେ ଶନିବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଘରୋଇ ଶ୍ରୀଲଙ୍କାକୁ ୩୧ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ ବିନିମୟରେ ୨୭୮ ରନ କରିଥିଲା। ଜବାବରେ ଶ୍ରୀଲଙ୍କା ୨୯ ଓଭରରେ ୫ ୱିକେଟରେ ୧୪୦ ରନ କରିଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ଡକ୍‍ୱର୍ଥ ଲୁଇସ ଅନୁଯାୟୀ ଇଂଲଣ୍ଡ ୩୧ ରନରେ ବିଜୟୀ ହୋଇଥିଲା।
ଶ୍ରୀଲଙ୍କା ଅଧିନାୟକ ଟସ୍‍ ଜିତି ଫିଲ୍‌ଡିଂ ନେଇଥିଲା ପ୍ରଥମ ଓଭରେ ଇଂଲଣ୍ଡ ଓପନର ଜେସନ ରୟଙ୍କ (୦) ୱିକେଟ ହରାଇଥିଲା। ଜନି ବେୟାରଷ୍ଟୋ (୨୬) ଓ ଜୋ ରୁଟ୍‍ (୭୧) ୨ୟ ୱିକେଟ ପାଇଁ ୭୨ ରନ ଯୋଗକରିଥିଲେ। ବେୟାରଷ୍ଟୋଙ୍କ ପ୍ରସ୍ଥାନ ପରେ ରୁଟ୍‍ ଓ ଇଓନ ମୋର୍ଗାନ ୩ୟ ୱିକେଟ ପାଇଁ ୬୮ ରନ ସଂଗ୍ରହ କରିଥିଲେ। ରୁଟ୍‍ ୭୧ ଓ ମୋର୍ଗାନ ୯୨ ରନ କରିବା ଫଳରେ ଇଂଲଣ୍ଡ ୫୦ ଓଭରରେ ୯ ୱିକେଟ ବିନିମୟରେ ୨୭୮ ରନ କରିଥିଲା। ଶ୍ରୀଲଙ୍କା ପକ୍ଷରୁ ଲସିଥ୍‍ ମାଲିଙ୍ଗା ସର୍ବାଧିକ ୫ଟି ୱିକେଟ ନେଇଥିଲେ। ୨୭୯ ରନ୍‍ର ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଶ୍ରୀଲଙ୍କା ୩୧ ରନରେ ୪ଟି ୱିକେଟ ହରାଇ ଅସୁବିଧାର ସମ୍ମୁଖୀନ ହୋଇଥିଲା। ତେବେ ଧନଞ୍ଜୟ ଡି’ ସିଲ୍‍ଭା ଓ ଥିସାରା ପରେରା ୬ଷ୍ଠ ୱିକେଟ ପାଇଁ ଅବିଭାଜିତ ୬୬ ରନ ଯୋଗକରି ସ୍ଥିତିକୁ କିଛିମାତ୍ରାରେ ସୁଧାରିଥିଲେ। ଶ୍ରୀଲଙ୍କା ସ୍କୋର ୫/୧୪୦ ରନ ହୋଇଥିବାବେଳେ ବର୍ଷା ଯୋଗୁଁ ମ୍ୟାଚ ବାଧାପ୍ରାପ୍ତ ହୋଇଥିଲା। ଫଳରେ ଡକ୍‍ୱର୍ଥ ଲୁଇସ ନିୟମ ଅନୁଯାୟୀ ଇଂଲଣ୍ଡ ୩୧ ରନରେ ବିଜୟୀ ହୋଇଥିଲା। ଇଂଲଣ୍ଡ ପକ୍ଷରୁ କ୍ରିସ ୱୋକ୍‍ସ ୩ଟି ୱିକେଟ ଅକ୍ତିଆର କରିଥିଲେ। ଏହି ବିଜୟ ଫଳରେ ଇଂଲଣ୍ଡ ପାଞ୍ଚଟିକିଆ ସିରିଜରେ ୧-୦ରେ ଆଗୁଆ ରହିଛି।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories