www.samajalive.in
Wednesday, December 10, 2025
18.1 C
Bhubaneswar

ବାଣ ଦୋକାନରେ ଚଢ଼ାଉ

ଗୋପାଳପୁର : ଗୋପାଳପୁର ପୁଲିସ ପକ୍ଷରୁ ଦିଗିପୁର ଗ୍ରାମରେ ଏକ ବେଆଇନ ବାଣ ଦୋକାନ ଉପରେ ଚଢ଼ାଉ କରି ବାଣ ଜବତ ହେବା ସହ ଜଣକୁ ଗିରଫ କରିଛି । ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ହଜାର ଟଙ୍କା ହେବ ବୋଲି ପୁଲିସ କହିଛି । ସୂଚନା ପ୍ରକାରେ ଗତକାଲି ରାତିରେ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ଦିଗିପୁର ଗ୍ରାମର ବି. ଲକ୍ଷ୍ମଣ ରାଓ ବିନା ଲାଇସେନ୍ସରେ ବାଣ ବିକ୍ରି କରୁଥିବା  କୌଣସି ସୂତ୍ରରୁ ଖବର ପାଇଁ ସେଠାରେ ଚଢ଼ାଉ କରିଥିଲା । ସେଠାରୁ ତାଳ ଫୁଟୁକା, ଲକ୍ଷ୍ମୀ ପଟାସ, ବାହୁବଳୀ ବାଣ, ଚକ୍ର ବାଣ, ଟାଇଗର ସଟ, କୁମ୍ପି ଆଦି ବାଣ ଜବତ କରିବା ସହ ଜଣକୁ ଗିରଫ କରିଥିଲା । ଏ ନେଇ ପୁଲିସ କେସ ନମ୍ବର ୩୦୦/୨୪ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତକୁ ସର୍ତ୍ତ ମୂଳକ ଜାମିନରେ ଛଡ଼ା ଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ମଲ୍ଲିକ କହିଛନ୍ତି । ଚଢ଼ାଉ ବେଳେ ଏଏସଆଇ ବି. ତିରୁପତି ରାଓ, ବିରଞ୍ଚି ନାରାୟଣ ଚୌଧୁରୀଙ୍କ ସମେତ ପୁଲିସ ଟିମ ଉପସ୍ଥିତ ଥିଲେ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories