www.samajalive.in
Saturday, December 13, 2025
23.1 C
Bhubaneswar

ଚଳିତ ବର୍ଷ ଦୀପାବଳିର ମୁଖ୍ୟ ଆକର୍ଷଣ ଗୋବର ମାସ୍କ ଓ ଦୀପ

ହିମାଳୟରେ ଗାଈ ଗୋବରରେ ପ୍ରସ୍ତୁତ କାଗଜ ମାସ୍କ ପିନ୍ଧି ସୁରକ୍ଷିତ ରହିବା ସହ ଗୋବରରେ ପ୍ରସ୍ତୁତ ଦୀପରେ ଦୀପାବଳୀରେ ଆଲୋକିତ କରିପାରିବା। ଗୋବରରେ ପ୍ରସ୍ତୁତ ମାସ୍କ ଓ ଦୀପ ଆକର୍ଷଣର କେନ୍ଦ୍ର ବିନ୍ଦୁ। ଛୋଟ କାଶୀର ନାମରେ ଜଣାଶୁଣା ବିଖ୍ୟାତ ମଣ୍ଡୀ ଜିଲାରେ ଏଭଳି ଜିନିଷ କାରଣରୁ ପରିବେଶର ବନ୍ଧୁ ପାଲଟିଛନ୍ତି। ରାଷ୍ଟ୍ରୀୟ କାମଧେନୁ ଆୟୋଗ ଏଥିରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି।
ଏହି ଚଳିତ ବର୍ଷ ଦୀପାବଳୀରେ ସାରା ଦେଶରେ ଗାଈ ଗୋବରରେ ପ୍ରସ୍ତୁତ ୧୧ କୋଟି ଦୀପ ଲଗାଇବାର ଲକ୍ଷ୍ୟ ରହିଛି। ବୈଦିକ ପ୍ଲାଷ୍ଟର ଅନୁଷ୍ଠାନ ଗୋବରରେ ପ୍ରସ୍ତୁତ ଦୀପ ଓ ଅନ୍ୟ ଉତ୍ପାଦ ମଣ୍ଡୀ ଜିଲାର ବଜାରରେ ମିଳିବା ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଗୋବରରେ ପ୍ରସ୍ତୁତ ଦୀପ, ଗୋବର, କପଡ଼ା ଓ ପେପର ମିଶ୍ରିତ ମାସ୍କ, ଗୋବରରେ ତିଆରି ଧୂପ, ଅଗରବତୀ ଓ ଯଜ୍ଞର ସାମଗ୍ରୀର ମଧ୍ୟ ଖୁବ ଚାହିଦା ରହିଛି।
ଗୋବରରେ ପ୍ରସ୍ତୁତ ୪ଦୀପ ୫୦ଟଙ୍କା , ୬ ଦୀପର ସେଟ୍‍ ୮୦ ଟଙ୍କାରେ ବିକ୍ରି ହେବ। ମାସ୍କ ୨୦ ଟଙ୍କାରେ ବିକ୍ରି ହେଉଛି। ଏହାକୁ ବ୍ୟବହାର କରିବା ପରେ ପୁନଃ ଖତ ହେବ। ଏହାଦ୍ୱାରା ପରିବେଶ ପାଇଁ କୌଣସି କ୍ଷତି ହେବ ନାହିଁ। ଏହାକୁ ପ୍ରସ୍ତୁତ କରୁଥିବା ବ୍ୟକ୍ତି, କିଣୁଥିବା ଓ ବିକୁଥିବା ଲୋକେ ଖୁବ ଖୁସି ହେଉଛନ୍ତି।
ପ୍ରଥମ ଥର ଗାଈର ଗୋବରରେ ପ୍ରସ୍ତୁତ ଦୀପ ଓ ମାସ୍କ ସହ ଅନ୍ୟ ଉତ୍ପାଦ ଜିନିଷ ମଧ୍ୟ ବିକ୍ରି ହେଉଛି। ଦୀପାବଳିରେ ଗୋବରରେ ପ୍ରସ୍ତୁତ ଜିନିଷ ଅଧିକ ରୁ ଅଧିକ ବ୍ୟବହାର ଦ୍ୱାରା ନିଶ୍ଚିତ ରୂପରେ ପରିବେଶର କୌଣସି କ୍ଷତି ହେବ ନାହିଁ।

 

Hot this week

ସଂସଦ ଆକ୍ରମଣକୁ ୨୪ବର୍ଷ ପୁରିଲା: ୪୫ମିନିଟ୍‌ ଧରି ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ସଂସଦ ଉପରେ ଆକ୍ରମଣକୁ ଆଜି ପୂରିଲା ୨୪ ବର୍ଷ ।...

ଲିଓନେଲ୍ ମେସିଙ୍କ ୭୦ ଫୁଟ ପ୍ରତିମୂର୍ତ୍ତି ଉନ୍ମୋଚନ

ସମାଜ ଲାଇଭ ଡ଼େସ୍କ : ବିଶ୍ବର ତାରକା ଫୁଟବଲ୍ ଖେଳାଳି ଲିଓନେଲ୍...

ମାଟି ତଳୁ କଡାଯାଉଛି ରାମୁ ହାତୀର କଙ୍କାଳ: ପ୍ରକୃତି ନିବାସରେ ସଂରକ୍ଷିତ ରହିବ

ସମାଜ ଡିଜିଟାଲ ଡେସ୍କ: ଅମର ରହିବ ରାମୁ ହାତୀ । ସଂରକ୍ଷିତ...

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

Related Articles

Popular Categories