www.samajalive.in
Monday, December 15, 2025
26.1 C
Bhubaneswar

ଓହଳି ରହିଥିବା ୩୩କେଭି ବିଦ୍ୟୁତ ତାର ଲାଗି ଗାଈ ମୃତ, ଅଳ୍ପକେ ବର୍ତ୍ତିଗଲେ ୨ ନାବାଳକ

ଫୁଲବାଣୀ: ରାସ୍ତାକଡ଼ରେ ଓହଳି ରହିଥିବା ୩୩କେଭି ବିଦ୍ୟୁତ୍‍ ତାର ଆଘାତରେ ଏକ ଗାଈର ମୃତ୍ୟ ଘଟିଥିବା ବେଳେ ଦୁଇ ନାବାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହିଭଳି ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଲାରୀ ଗ୍ରାମରେ।

ସୂଚନା ପ୍ରକାରେ, ଅଲାରୀ ଗ୍ରାମର ସିନୁଙ୍ଗାର ପୁଅ ଦାବିଦ ନିଜ ସାଙ୍ଗ ଜସୁଆ ସହିତ ମିଶି ଗ୍ରାମ ନିକଟରେ ଗାଈ ଚରାଇବାକୁ ଯାଇଥିଲେ। ତେବେ ଦାରିଙ୍ଗବାଡ଼ି ଅଞ୍ଚଳରେ ବିଦ୍ୟୁତ ବିତରଣ କରୁଥିବା କମ୍ପାନୀ ସାଉଥକୋର ଦାରିଙ୍ଗବାଡ଼ିଠାରୁ ବୁଡାଗୁଡ଼ାକୁ ଯାଇଥିବା ୩୩କେଭି ଭଳି ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାରଟି ପୋଲରୁ ଛିଡ଼ି ତଳକୁ ଓହିଳି ରହିଥିବା ବେଳେ ଗାଈଗୁଡ଼ିକୁ ଚରାଇବାବେଳେ ଅଚାନକ ଭାବେ ଗୋଟିଏ ଗାଈ ଛିଡ଼ି ରହିଥିବା ତାର ସଂସ୍ପର୍ଶରେ ଆସିଯିବାରୁ ଗାଈଟି ଘଟଣା ସ୍ଥଳରେ ପୋଡ଼ି ମୃତ୍ୟ ବରଣ କରିଥିବା ବେଳେ ୨ଜଣ ନାବାଳକ ମୃତ୍ୟ ମୁଖରୁ ଅଳ୍ପକେ ବର୍ତିଯାଇଥିଲେ। ବିଦ୍ୟୁତ ଆଘାତରେ ମୃତବରଣ କରିଥିବା ଗାଈର ମାଲିକ ଉମେଶ ପ୍ରଧାନ ସାଉଥକୋ ବିଭାଗ ଗାଈ ମୃତ୍ୟର କ୍ଷତିପୂରଣ ଦିଅନ୍ତୁ ବୋଲି ଦାବିକରିଛନ୍ତି।

- Advertisement -

ସୂଚନା ପ୍ରକାରେ, ଦାରିଙ୍ଗବାଡ଼ି ଅଞ୍ଚଳର ବିଭିନ୍ନ ସ୍ଥାନରେ ବିଦ୍ୟୁତ ବିଭାଗର ରକ୍ଷଣାବେକ୍ଷଣା ଅଭାବ ଯୋଗୁଁ ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ଗୁଡ଼ିକ ଦୁର୍ବଳ ଅବସ୍ଥାରେ ରହିଛି। ବାରମ୍ବାର ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ମଧ୍ୟ ବିଭାଗ ତରଫରୁ ଦୁର୍ବଳ ଅବସ୍ଥାରେ ଥିବା ତାର କିମ୍ବା ପୋଲଗୁଡ଼ିକୁ ବଦଳାଯାଉନାହିଁ। ଯାହାଫଳରେ ଦିନକୁଦିନ ଅଞ୍ଚଳରେ ବିଦ୍ୟୁତ ଜନିତ ଦୁର୍ଘଟଣା ଘଟୁଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories