www.samajalive.in
Saturday, December 6, 2025
19.1 C
Bhubaneswar

ଗୋମାତାଙ୍କ ଠାରୁ ମିଳୁଥିବା ଦ୍ରବ୍ୟର ବିଶେଷତ୍ୱ

ହିନ୍ଦୁଧର୍ମରେ ଗାଈଙ୍କୁ ଗୋମାତା ବୋଲି କୁହାଯାଇଥାଏ। ହିନ୍ଦୁମାନେ ଗାଈଙ୍କୁ ପୂଜା ମଧ୍ୟ କରିଥାଆନ୍ତି। ଶାସ୍ତ୍ରରେ ଗାଈଙ୍କ ଠାରୁ ମିଳୁଥିବା ଦ୍ରବ୍ୟ ଅତ୍ୟନ୍ତ ପବିତ୍ର ବୋଲି ମାନ୍ୟତା ରହିଛି। ମୁଖ୍ୟତଃ ୫ଟି ଦ୍ରବ୍ୟକୁ ଅତ୍ୟନ୍ତ ଗୁରୁତ୍ୱ ପ୍ରଦାନ କରାଯାଇଛି। ସେହି ଦ୍ରବ୍ୟ ହେଉଛି କ୍ଷୀର, ଦହି, ଲହୁଣି, ଗୋମୂତ୍ର ଏବଂ ଗୋବର। ଏହି ୫ଟି ଦ୍ରବ୍ୟର ବିଶେଷ ମହତ୍ତ୍ୱ ରହିଛି। ଜାଣନ୍ତୁ ତାହା କ’ଣ….
କ୍ଷୀର –
କ୍ଷୀର ଏକ ପୌଷ୍ଟିକ ପାନୀୟ ଅଟେ। ଏହାକୁ ପିଇବା ଦ୍ୱାରା ପେଟ ଅଧିକ ବଡ଼ ହୋଇନଥାଏ। ଏହା ଶୀଘ୍ର ହଜମ ହୋଇଥାଏ। ହଜମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ପୂଜାରେ ମଧ୍ୟ ବ୍ୟବହାର କରାଯାଏ।
ଦହି –
ଦହି ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ। ଖାଦ୍ୟ ହଜମ କରିବାରେ ସହାୟକ ହୋଇଥାଏ। ଶରୀରକୁ ବିଭିନ୍ନ ରୋଗରୁ ମଧ୍ୟ ରକ୍ଷା କରିଥାଏ।
ଲହୁଣି –
ଲହୁଣି ଖାଇବା ଦ୍ୱାରା ଶରୀରରେ ଶକ୍ତି ବୃଦ୍ଧି ପାଇଥାଏ। ଅଧିକ ସମୟ କାର୍ଯ୍ୟ କଲେ ମଧ୍ୟ ହାଲିଆ ଅନୁଭୂତ ହୋଇନଥାଏ।
ଗୋମୂତ୍ର –
ଏହା ଖୁବ ପବିତ୍ର ବୋଲି ଶାସ୍ତ୍ରରେ ମାନ୍ୟତା ରହିଛି। ଗୋମୂତ୍ରରେ ଔଷଧୀୟ ଗୁଣ ରହିଛି। ଫଳରେ ଏହା ବିଭିନ୍ନ ପ୍ରକାରର ରୋଗ ଠାରୁ ଦୂରେଇ ରଖିବାର କ୍ଷମତା ରହିଛି।
ଗୋବର –
ଗୋବର ଘରକୁ ସ୍ୱଚ୍ଛ କରିବା ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏହା ଦ୍ୱାରା ଜୀବାଣୁ ଗୁଡ଼ିକ ନଷ୍ଟ ହୋଇଥାଆନ୍ତି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories