www.samajalive.in
Saturday, December 6, 2025
23.1 C
Bhubaneswar

ସିରମ ଇନ୍‌ଷ୍ଟିଚ୍ୟୁଟରୁ ଦିଲ୍ଲୀରେ ପହଞ୍ଚିଲା କରୋନା ଟିକା, ଆଜି ଓଡ଼ିଶାରେ ପହଞ୍ଚିବ

ପୁଣେ/ଭୁବନେଶ୍ଵର: ପୁଣେର ସିରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (ଏସଆଇଆଇ)ରେ ନିର୍ମିତ କରୋନା ଟିକା କୋଭିଶିଲ୍ଡ ବିଭିନ୍ନ ରାଜ୍ୟକୁ ପଠାଯାଇଛି। ପୁଣେ ବିମାନବନ୍ଦରରୁ ବିମାନ ଯୋଗେ ଏହି ଟିକା ଦେଶର ୧୩ଟି ସ୍ଥାନକୁ ପଠାଯାଇଥିବାବେଳେ ମଙ୍ଗଳବାର ଦିଲ୍ଲୀରେ ପ୍ରଥମେ ଟିକା ପହଞ୍ଚିଛି। ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଭିତରେ ପ୍ରଥମ ଦଫା ଟିକା ପଠାଯାଇଥିବା ପୁଣେ ଜୋନ-୫ର ଡିସିପି ନମ୍ରତା ପାଟିଲ କହିଛନ୍ତି।

- Advertisement -

ସ୍ପାଇସ୍‌ଜେଟ୍‌ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଅଜୟ ସିଂହ କହିଛନ୍ତି, ସ୍ପାଇସଜେଟ ଆଜି ଭାରତରେ କୋଭିଡ ଟିକା ପହଞ୍ଚାଉଛି। କୋଭିଶିଲ୍ଡର ପ୍ରଥମ ପର୍ଯ୍ୟାୟ ଟିକା ୧୦୮୮ କିଲୋଗ୍ରାମ ଓଜନର ୩୪ଟି ପେଟିକୁ ପୁଣେରୁ ଦିଲ୍ଲୀ ପହଞ୍ଚାଯାଇଛି।

ଓଡ଼ିଶାରେ ବି ଆଜି ଟିକା ପହଞ୍ଚିବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ୧୩ ସ୍ଥାନରେ ଆସନ୍ତା ୧୬ ତାରିଖରୁ ଟିକାକରଣ ଅଭିଯାନ ଆରମ୍ଭ ହେବ ସେଥିରେ ଓଡ଼ିଶା ବି ରହିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୁଣେରୁ ସ୍ବତନ୍ତ୍ର ସ୍ପାଇସଜେଟ ବିମାନ ଯୋଗେ ଏହି ଟିକା ଓଡ଼ିଶାରେ ପହଞ୍ଚାଯିବ। ଅପରାହ୍ନରେ ଟିକା ଓଡ଼ିଶାରେ ପହଞ୍ଚିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ପ୍ରଥମ ପର୍ଯ୍ୟାୟ ଟିକାକୁ କଡ଼ା ସୁରକ୍ଷା ମଧ୍ୟରେ ୩ଟି ଟ୍ରକରେ ପୁଣେ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚା ଯାଇଥିଲା। ବିମାନବନ୍ଦରରୁ ଏହାକୁ ଦେଶର ବିଭିନ୍ନ ରାଜ୍ୟକୁ ପଠାଯିବ। ଆସନ୍ତା ଶନିବାରଠାରୁ ଟିକାକରଣ ଅଭିଯାନ ଆରମ୍ଭ ହେବ। ଟିକା ପହଞ୍ଚାଇବା ଦାୟିତ୍ଵ ନେଇଥିବା ଏମବି ଲଜିଷ୍ଟିକର ପରିଚାଳନା ନିର୍ଦେଶକ ସନ୍ଦୀପ ଭୋସଲେ କହିଛନ୍ତି, ଆଜି ପୁଣେ ବିମାନବନ୍ଦରରୁ ୮ଟି ବିମାନ ଦ୍ବାରା କରୋନା ଟିକାକୁ ଦେଶର ୧୩ଟି ସ୍ଥାନକୁ ପଠାଯିବ। ପ୍ରଥମ ବିମାନ ପୁଣେ ବିମାନବନ୍ଦରରୁ ଦିଲ୍ଲୀରେ ପହଞ୍ଚି ସାରିଛି।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories