www.samajalive.in
Sunday, December 7, 2025
14.1 C
Bhubaneswar

ଦେଶରେ ୭୦ ଲକ୍ଷ ଟପିଲା କୋଭିଡ ଟୀକାକରଣ

ଦେଶରେ କୋଭିଡ୍‍ ପ୍ରତିଷେଧକ ଟିକାକରଣ ଦ୍ରୁତ ଗତିରେ ଆଗେଇ ଚାଲିଛି। ଦେଶରେ ଏପର୍ଯ୍ୟନ୍ତ ୭୪ ଲକ୍ଷ ୩୦ ହଜାର ୮୬୬ ଜଣ ସ୍ୱାସ୍ଥ୍ୟକର୍ମୀ ଏବଂ ସମ୍ମୁଖ ଯୋଦ୍ଧାଙ୍କୁ ଏହି ଟିକାକରଣ କରାଯାଇଛି। ୫୩ ହଜାର ୭୯୯ଟି ସେସନରେ ଏହି ଟିକାକରଣ କରାଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ୭୦ ଲକ୍ଷ ଲୋକଙ୍କୁ ଶୀଘ୍ର ପ୍ରତିଷେଧକ ଦେବାରେ ଭାରତ ବିଶ୍ୱରେ ପ୍ରଥମ ରାଷ୍ଟ୍ର ହୋଇଛି। ଗତ ୨୪ ଘଣ୍ଟା ଭିତରେ ୪ଲକ୍ଷ ୧୩ ହଜାର ୭୫୨ରୁ ଅଧିକ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଦିଆଯାଇଛି। ପ୍ରତିଦିନ ଅଧିକରୁ ଅଧିକ ସଂଖ୍ୟାରେ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରତିଷେଧକ ଦିଆଯାଉଛି।

https://youtu.be/bR9sSPG0uhE

- Advertisement -

ପ୍ରତିଷେଧକ ନେଇଥିବା ଲୋକମାନଙ୍କ ମଧ୍ୟରେ ୫୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ୧୬ ଲକ୍ଷ ସ୍ୱେଚ୍ଛାସେବୀ ରହିଛନ୍ତି। ପ୍ରତିଷେଧକ ନେଇଥିବା ମୋଟ୍‍ ବ୍ୟକ୍ତିମାନଙ୍କ ମଧ୍ୟରୁ ୬୯ ପ୍ରତିଶତ ୧୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି। ପ୍ରତିଷେଧକ ନେଇଥିବା ମୋଟ୍‍ ବ୍ୟକ୍ତିମାନଙ୍କ ମଧ୍ୟରୁ ଶତକଡା ୧୦ ଦଶମିକ ୨ ଭାଗ କେବଳ ଉତ୍ତରପ୍ରଦେଶରୁ ରହିଛନ୍ତି।

ସୂଚନା ଅନୁଯାୟୀ ଗୁଜରାଟରେ ୬ ଲକ୍ଷ ୪୩ ହଜାର ୪୩୮ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ମହାରାଷ୍ଟ୍ରରେ ୬ ଲକ୍ଷ ୪୫୬, ଉତ୍ତରପ୍ରଦେଶରେ ୭ ଲକ୍ଷ ୫୨ ହଜାର ୫୦୧, ରାଜସ୍ଥାନରେ ୫ ଲକ୍ଷ ୬୯ ହଜାର ୭୧୭ ଏବଂ ମଧ୍ୟପ୍ରଦେଶରେ ୪ ଲକ୍ଷ ୮୫ ହଜାର ୫୯୩ ଜଣଙ୍କୁ କୋଭିଡ୍‍ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories