www.samajalive.in
Saturday, December 6, 2025
15.1 C
Bhubaneswar

ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀଙ୍କ ସହ କଥା ହେଲେ ନବୀନ, ବୈଜ୍ଞାନିକଙ୍କୁ ଧନ୍ୟବାଦ ଜଣାଇଲେ

ଭୁବନେଶ୍ବର: ସାରା ଦେଶ ସହିତ ଆଜି ଓଡ଼ିଶାରେ ମଧ୍ୟ କୋଭିଡ୍‌ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୫ଟି ମହାନଗର ନିଗମ, ଏମ୍‌ସ ସମେତ ରାଜ୍ୟର ୧୬୧ କେନ୍ଦ୍ରରେ ଟିକାକରଣ କରାଯାଇଛି। ଏହି ଅବରସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକା ନେଇଥିବା ସ୍ବାସ୍ଥ୍ୟକର୍ମୀ, ଡାକ୍ତରଙ୍କ ସହ କଥା ହୋଇ ସେମାନଙ୍କୁ ଉତ୍ସାହିତ କରିବା ସହିତ ଖୁବ୍‌ କମ୍‌ ସମୟ ମଧ୍ୟରେ ଟିକା ପ୍ରସ୍ତୁତ କରିଥିବା ଦେଶର ବୈଜ୍ଞାନିକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ୨୦୨୧ ସମସ୍ତଙ୍କ ପାଇଁ ଭଲ  ଖବର ନେଇ ଆସିଛି। ଆଜି ଅପେକ୍ଷାର ଅନ୍ତ ହୋଇଛି। ଗତ ୧୦ ମାସ ଧରି ଆମର କୋଭିଡ ଯୋଦ୍ଧାମାନେ ଜୀବନକୁ ବାଜି ଲଗାଇ ସେବା କରି ଚାଲିଛନ୍ତି। ସେମାନଙ୍କ ସେବା ଏବଂ ତ୍ୟାଗକୁ ଆମେ କେବେ ଭୁଲପାରିବୁ ନାହିଁ। ସେମାନଙ୍କ ପାଇଁ ଆମେ ସମସ୍ତେ ଗର୍ବିତ। ଟିକାକରଣ କାର୍ଯ୍ୟକ୍ରମକୁ ଚଳିତ ବର୍ଷର ସବୁଠାରୁ ବଡ଼ ଏବଂ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଭାବେ ବର୍ଣ୍ଣନା କରି ଏହାକୁ ସଫଳ କରିବା ଦିଗରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କର ବିଶେଷ କରି ସ୍ବାସ୍ଥ୍ୟକର୍ମୀମାନଙ୍କ ସହଯୋଗ କାମନା କରିଥିଲେ।

- Advertisement -

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସମସ୍ତଙ୍କ ସହଯୋଗରେ ଓଡ଼ିଶା କୋଭିଡ ମହାମାରୀକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିଛି। ଲୋକଙ୍କ ଜୀବନ ରକ୍ଷା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ସାରା ଦେଶରେ ଅଧିକ ଆରୋଗ୍ୟ ହାର ଏବଂ କମ ମୃତ୍ୟୁ ହାର ଥିବା ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଏକ ଆଗୁଆ ରାଜ୍ୟ।

ମୁଖ୍ୟମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଆମ ବୈଜ୍ଞାନିକମାନେ ରେକର୍ଡ ସମୟ ମଧ୍ୟରେ କରୋନା ଟିକା ଉଦ୍ଭାବନ କରି ଦେଶର ଗୌରବ ବୃଦ୍ଧି କରିଛନ୍ତି। ଆଜି ଆମର ଔଷଧ କମ୍ପାନୀମାନେ ମଧ୍ୟ ବିଶ୍ବର ବିଭିନ୍ନ ଦେଶକୁ ଟିକା ଯୋଗାଉଛନ୍ତି। କୋଭିଡ ମହାମାରୀ ପରି ଏକ କଠିନ ପରିସ୍ଥିତିରେ ଆମ କୋଭିଡ୍‌ ଯୋଦ୍ଧାମାନେ ଯେପରି ସାହସର ସହ କାର୍ଯ୍ୟ କଲେ ସେଥିପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇବା ସହିତ ସମସ୍ତଙ୍କ ସହଯୋଗରେ ଟିକାକରଣ କାର୍ଯ୍ୟକ୍ରମ ସଫଳ ହେବ ବୋଲି କହିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଟିକା ନେଇଥିବା କ୍ୟାପିଟାଲ ହସ୍ପିଟାଲର ସ୍ବାସ୍ଥ୍ୟକର୍ମୀ, ସୁନ୍ଦରଗଡ଼ର ଜଣେ ମହିଳା ସ୍ବାସ୍ଥ୍ୟକର୍ମୀ ଏବଂ ବ୍ରହ୍ମପୁରର ଜଣେ ଡାକ୍ତରଙ୍କ ସହିତ କଥା ହୋଇଥିଲେ। ସେମାନେ ସମସ୍ତେ ସୁସ୍ଥ ଥିବା ଏବଂ ସେମାନଙ୍କର କୌଣସି ପାର୍ଶ୍ବ ପ୍ରତିକ୍ରିୟା ନ ଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଝାରସୁଗୁଡ଼ାରୁ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ଜିଲାର ଜିଲାପାଳମାନେ ଯୋଗଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories