www.samajalive.in
Sunday, December 7, 2025
23.1 C
Bhubaneswar

୧ କୋଟି ୪୩ ଲକ୍ଷ ଟପିଲା ଦେଶରେ କୋଭିଡ ଟିକାକରଣ

ଦେଶରେ କୋଭିଡ ଟିକାକରଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଆଜି ସକାଳ ସୁଦ୍ଧା ସାରା ଦେଶରେ ୧ କୋଟି ୪୩ ଲକ୍ଷ ୧ ହଜାର ୨୬୬ ଜଣଙ୍କୁ ଟିକାକରଣ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫୮ ହଜାର ୭୧୯ ଜଣଙ୍କୁ ଟିକା ଦିଆଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଏବେ ଦେଶରେ ଉଭୟ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟ ଟିକାକରଣ ଚାଲିଛି। ଏ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଦେଶରେ ୧ କୋଟି ୧୮ ଲକ୍ଷ ୪୫ ହଜାର ୭୫ ଓ ଦ୍ଵିତୀୟ ପର୍ଯ୍ୟାୟରେ ୨୪ ଲକ୍ଷ ୫୬ ହଜାର ୧୯୧ ଜଣଙ୍କୁ ଟିକା ଦିଆଯାଇ ସାରିଛି।

ଟିକାକରଣ କ୍ଷେତ୍ରରେ ଦେଶରେ ଉତ୍ତରପ୍ରଦେଶ ଆଗରେ ରହିଛି। ଉତ୍ତରପ୍ରଦେଶରେ ଆଜି ସୁଦ୍ଧା ୧୪ ଲକ୍ଷ ୮୦ ହଜାର ୯୮୩ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ମହାରାଷ୍ଟ୍ରରେ ୧୨ ଲକ୍ଷ ୨ ହଜାର ୧୮୦, ପଶ୍ଚିମବଙ୍ଗରେ ୧୧ ଲକ୍ଷ ୬ ହଜାର ୧୮୧, ରାଜସ୍ଥାନରେ ୧୦ ଲକ୍ଷ ୨୩ ହଜାର ୨୦୭, ଗୁଜରାଟରେ ୧୦ ଲକ୍ଷ ୧ ହଜାର ୧୭୦, କର୍ଣ୍ଣାଟକରେ ୮ ଲକ୍ଷ ୧୮ ହଜାର ୭୨୨, ମଧ୍ୟ ପ୍ରଦେଶରେ ୮ ଲକ୍ଷ ୧୧ ହଜାର ୩୧୬ ଓ ବିହାରରେ ୬ ଲକ୍ଷ ୩୯ ହଜାର ୩୭୦ ଜଣଙ୍କୁ କୋଭିଡ ଟିକା ଦିଆଯାଇଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories