www.samajalive.in
Saturday, December 6, 2025
26.1 C
Bhubaneswar

ଡାଳତୋଳା ପରିବା ହାଟରେ କରୋନା କଟକଣାକୁ ବେଖାତିର

ବେଗୁନିଆ: କରୋନା ସଂକ୍ରମଣକୁ ରୋକ ଦେବା ପାଇଁ ଏବଂ ସଂକ୍ରମଣରୁ ଲୋକମାନେ ରକ୍ଷା ପାଇବା ପାଇଁ ସରକାର ବାରମ୍ବାର ଦେଶ ତଥା ରାଜ୍ୟରେ ଲକଡାଉନ ଏବଂ ସଟଡାଉନ ଘୋଷଣା କରୁଛନ୍ତି । କିନ୍ତୁ ସରକାରଙ୍କର ଏହି ଘୋଷଣାକୁ ପ୍ରଶାସନିକ ଅଧିକାରୀମାନେ ବେଖାତିର କରୁଥିବା ଦେଖିବାକୁ ମିଳୁଛି । ପ୍ରଶାସନର ଉପଯୁକ୍ତ ପଦକ୍ଷେପ ଅଭାବରୁ ଗ୍ରାମାଞ୍ଚଳ ଲୋକମାନଙ୍କ ମଧ୍ୟରେ କରୋନା ସଂକ୍ରମଣ ଭୟ ଆଦୋୖ ନ ଥିବା ଦେଖାଯାଉଛି। ପ୍ରଥମ ଲହରରେ ଖୋର୍ଦ୍ଧା ପୋଲିସ ଡାଳତୋଳା ବଜାରରେ ଦିନରାତି ପଇଁତରା ମାରୁଥିବା ବେଳେ ଲୋକମାନେ ଭୟରେ ବଜାରକୁ ମଧ୍ୟ ଯାଉ ନଥିଲେ । ଏବେ ପୋଲିସକୁ ଲୋକମାନେ ଖୋଜିଲେ ମଧ୍ୟ ମିଳୁ ନ ଥିବା ଯୋଗୁଁ ଲୋକମାନେ କରୋନା କଟକଣାକୁ ଆଉ ମାନୁ ନ ଥିବା ଦେଖିବାକୁ ମିଳୁଛି । ଆଜି ବେଗୁନିଆ ବ୍ଲକ କୁଞ୍ଜୁରୀ ପଞ୍ଚାୟତ ଅନ୍ତର୍ଗତ ଡାଳତୋଳାଠାରେ ଚାଲିଥିବା ସାପ୍ତାହିକ ପରିବା ହାଟରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ସକାଳୁ ସକାଳୁ ବେପାରୀମାନେ ଆସି ନିର୍ଭୟରେ ହାଟରେ ସେମାନଙ୍କର ପସରା ମେଲାଇ ବସିଥିବା ବେଳେ ସ୍ଥାନୀୟ ଲୋକମାନେ କରୋନା ନୀତି ନିୟମକୁ ନମାନି ମାଗଣାରେ ଘିଅ ମହୁ ବଣ୍ଟାହେବା ପରି ସାମାଜିକ ଦୁରତାକୁ ଫୁ କରି ପରିବା ପତ୍ର କିଣା ବିକା କରୁଥିବାର ଦେଖିବାକୁ ମିଳିଥିଲା । ସ୍ଥାନୀୟ ପ୍ରଶାସନର ନଜରରେ ଏହା ଥିଲେ ମଧ୍ୟ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବା ନିଶ୍ଚୟ ପରିତାପର ବିଷୟ ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories