www.samajalive.in
Saturday, December 6, 2025
23.1 C
Bhubaneswar

ଅତାବିରାରେ ବଜାର ଓ ରାସନ୍ ସାମଗ୍ରୀ ବଣ୍ଟନରେ ରହୁନି ସାମାଜିକ ଦୂରତା

ରେଙ୍ଗାଲିକ୍ୟାମ୍ପ : ଅତାବିରାରେ କରୋନା ସଂକ୍ରମଣ ବୃଦ୍ଧି ନିୟନ୍ତ୍ରଣ ବାହାରେ ରହିଛି। ଏହି ସଂକ୍ରମଣକୁ ରୋକିବା ପାଇଁ ସରକାର ଲକଡାଉନ ମଧ୍ୟ ବୃଦ୍ଧି କରିଛନ୍ତି। ଆଜି ସୁଦ୍ଧା ଅଞ୍ଚଳରେ ୪୬୬ରୁ ଉର୍ଦ୍ଧ୍ବ ସଂକ୍ରମିତ ଥିବା ବେଳେ ୨୨ଜଣଙ୍କର ଅମୂଲ୍ୟ ଜୀବନ ମଧ୍ୟ ଚାଲି ଗଲାଣି। ତଥାପି ଅଞ୍ଚଳ ବାସି ସଚେତନ ହୋଇ ନଥିବା ବଡ ଦୁଃଖର ବିଷୟ ମନେହୁଏ। ସାମାଜିକ ଦୂରତା ରକ୍ଷା ହେଉନଥିବା ଯୋଗୁ ସଂକ୍ରମଣ ବୃଦ୍ଧି ପାଉଛି। ଏଭଳି କି ପୋଲିସ ପକ୍ଷରୁ ଅମାନିଆଁ ଲୋକଙ୍କୁ ଦଣ୍ଡ ସହ ତଣ୍ଡ ମଧ୍ୟ କରାଯାଉଛି, ତଥାପି ଲୋକ ବୁଝିପାରୁ ନାହାନ୍ତି। ଯାହା ରେଙ୍ଗାଲି କ୍ୟାମ୍ପ ଛକ, ଲାଦେରପାଲି ଛକ ଓ ଅତାବିରା ବଜାର ତଥା ରାସନ୍ ବଣ୍ଟନ କେନ୍ଦ୍ରଗୁଡିକରେ ଏଭଳି ଭିଡ଼ ଦେଖିବାକୁ ମିଳିଛି। ବଣ୍ଟନ କେନ୍ଦ୍ରରେ ହିତାଧିକାରୀମାନଙ୍କ ଭିଡ଼ ଜମି ରହୁଛି। ପୋଲିସର ଡ଼ାକବାଜି ଯନ୍ତ୍ରର ଶବ୍ଦ ଶୁଣି କିଛି ସମୟ ପାଇଁ ସେମାନେ ଭିଡ଼ରୁ ଅଲଗା ହୋଇ କିଛି ସମୟ ପରେ ପୁଣି ଯାହାକୁ ତାହା ଭିଡ଼ ଜମାଉଛନ୍ତି। ଯାହାକୁ ଦେଖି ଅଞ୍ଚଳରେ ସଂକ୍ରମଣ ବୃଦ୍ଧିର କାରଣ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଏବେ ଗ୍ରାମାଞ୍ଚଳରେ ବି ସଂକ୍ରମଣ ବଢୁଛି କାରଣ ଗାଆଁର ଛକମାନଙ୍କରେ ଲୋକ ଜମି ରହି ଭିଡ଼ କରୁଛନ୍ତି। ତେଣୁ ସରକାର ସଂକ୍ରମଣକୁ ରୋକିବା ପାଇଁ ଗ୍ରାମାଞ୍ଚଳ ସ୍ତରରେ ବି ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଲେଣି। ତେବେ ଦେଖାଯାଉ ଏହି କ୍ଷମତାକୁ କିପରି ସେମାନେ ଉପଯୋଗ କରୁଛନ୍ତି। ଏଥିପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶେଷ ଦୃଷ୍ଟି ଦେବା ପାଇଁ ଯୁବ ମହଲରେ ଦାବି ହେଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories