www.samajalive.in
Saturday, December 6, 2025
16.1 C
Bhubaneswar

କୋବିଦ ନମୁନା ପରୀକ୍ଷା ନିର୍ଭୁଲ; ସଂକ୍ରମଣ ପ୍ରଭାବ ଆଧାରରେ ରିପୋର୍ଟ: ଶାଳିନୀ

ଭୁବନେଶ୍ଵର: ସରକାରୀ ଲ୍ୟାବରେ ପରୀକ୍ଷା ଓ ଘରୋଇ ଲ୍ୟାବରେ ପରୀକ୍ଷାରେ ଭିନ୍ନ ଭିନ୍ନ ରିପୋର୍ଟ ଆସୁଥିବାର ଦେଖାଯାଉଛି। କିନ୍ତୁ ଏହି ରିପୋର୍ଟରେ କିଛି ଭୁଲ୍ ନଥାଏ। ବରଂ ନମୂନା ପରୀକ୍ଷା ହେଉଥିବା ବ୍ୟକ୍ତିର ଶରୀରରେ ଭାଇରସ୍ ସଂକ୍ରମଣର ପ୍ରଭାବ ଉପରେ ନମୂନା ରିପୋର୍ଟ ନିର୍ଭର କରିଥାଏ। କେନ୍ଦ୍ର ସରକାରଙ୍କ ଆଇସିଏମଆର ଦ୍ୱାରା ନିର୍ଦ୍ଧାରିତ ଗାଇଡଲାଇନ୍ ଅନୁସାରେ ସମସ୍ତ ଲ୍ୟାବରେ ସଠିକ୍ ପ୍ରକ୍ରିୟାରେ ନମୂନା ପରୀକ୍ଷା ହେଉଛି। କୌଣସି ବ୍ୟକ୍ତିଙ୍କ ଶରୀରରେ ଭାଇରସର ପ୍ରଭାବ ଜଣାପଡ଼ିବା ପାଇଁ ୪-୫ଦିନ ସମୟ ଲାଗୁଛି। ତେଣୁ ଏହି ସମୟ ମଧ୍ୟରେ ପରୀକ୍ଷା କରାଯିବା ଉଚିତ୍ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଶାଳିନୀ ପଣ୍ଡିତ ।

ସେ କହିଛନ୍ତି ଯେ  ରାଜ୍ୟରେ ଏବେ ଦୈନିକ ୨୦ହଜାର ନମୂନା ପରୀକ୍ଷା କରିବା ଭଳି ଭିତ୍ତିଭୂମି ରହିଛି। ଏବେ ରାଜ୍ୟର ୩୦ଟି ଜିଲ୍ଲାରେ ମୋଟ ୫୪ଟି ଲ୍ୟାବ୍ ରହିଛି। ଏଥିରେ ୪୫ଟି ସରକାରୀ ଓ ୯ଟି ଘରୋଇ ଲ୍ୟାବ୍ ଅଛି। ଏସବୁ ସ୍ଥାନରେ ନମୂନା ପରୀକ୍ଷା ହେଉଛି। ଅଧିକରୁ ଅଧିକ ସଂଖ୍ୟକ ଲୋକ ଏଠାରେ ପରୀକ୍ଷା କରାନ୍ତୁ ବୋଲି ସରକାର ଚାହୁଁଛନ୍ତି। ଏବେ ଗଞ୍ଜାମ ଜିଲ୍ଲାରେ ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ନମୂନା ପରୀକ୍ଷା ହେଉଛି। ସେହିପରି   ରାଜ୍ୟରେ ଏବେ ନମୂନା ପରୀକ୍ଷା ମୋଟ ୫ଲକ୍ଷ ଅତିକ୍ରମ କରିଛି। ପ୍ରଥମ ୧୦ସପ୍ତାହରେ ୧ଲକ୍ଷ ନମୂନା ପରୀକ୍ଷା ହୋଇଥିବାବେଳେ ମାତ୍ର ୧୦ଦିନରେ ଶେଷ ଏକ ଲକ୍ଷ ନମୂନା ପରୀକ୍ଷା ସମ୍ଭବପର ହୋଇପାରିଛି।ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ପରୀକ୍ଷା କିଟ୍ ରହିଛି ଓ ଲୋକମାନେ ଆଗକୁ ଆସି ଏହି ପରୀକ୍ଷା କରିବାକୁ ସେ ପରାମର୍ଶ ଦେଇଛନ୍ତି। ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଅଭାବ ନାହିଁ ବୋଲି ସେ କହିବା ସହ ଗତ ୭ଦିନ ମଧ୍ୟରେ କଟକ,ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାରେ ୭ଟି ନୂଆ ମେଡିକାଲ ସ୍ଥାପନ କରି ଏକ ହଜାର ନୂଆ ବେଡ୍ ସ୍ଥାପନ କରାଯାଇ ପାରିଛି ବୋଲି ସେ ସୂଚନା ଦେଇଛନ୍ତି । ପ୍ଲାଜମା ଥେରାପୀ ଯୋଗୁ ଏବେ ସଫଳତା ମଧ୍ୟ ମିଳିବାରେ ଲାଗିଛି। ୨୮ଜଣ ଡୋନରଙ୍କଠୁ ନିଆଯାଇଥିବା ପ୍ଲାଜମା ୩୩ଜଣ ସଂକ୍ରମିତଙ୍କୁ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨୩ଜଣ ସୁସ୍ଥ ହେବାରେ ଲାଗିଛନ୍ତି। ୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟର ପ୍ରମୁଖ ହସ୍ପିଟାଲରେ ପ୍ଲାଜମା ଥେରାପୀ ବ୍ୟବସ୍ଥା ଥିବାବେଳେ କଟକସ୍ଥିତ ଏସସିବି ମେଡିକାଲ ଓ କ୍ୟାପିଟାଲ ହସ୍ପିଟାଲରେ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହୋଇଛି। ଆସନ୍ତାକାଲି ରାଉରକେଲା ସରକାରୀ ହସ୍ପିଟାଲରେ ମଧ୍ୟ ଅନୁରୂପ ପ୍ଲାଜମା ବ୍ୟାଙ୍କ ସ୍ଥାପନ ହେବ। ରାଜ୍ୟରେ ଏବେ ସଂକ୍ରମିତଙ୍କ ମଧ୍ୟରେ ୬୨.୪୨% ବ୍ୟକ୍ତି ସୁସ୍ଥ ହୋଇଥିବାବେଳେ ୩୭.୦୩% ବ୍ୟକ୍ତି ଏବେ ସକ୍ରିୟ ସଂକ୍ରମିତ ଅଛନ୍ତି। ୦.୫୬ % ଲୋକଙ୍କ ମୃତ୍ୟୁ ଘଟିଛି। ସଂକ୍ରମିତଙ୍କ ମଧ୍ୟରେ ୬୦ ବର୍ଷ ବୟସରୁ ଅଧିକ ଲୋକଙ୍କ ସଂଖ୍ୟା ମାତ୍ର ୭% ହୋଇଥିବାବେଳେ ୦ରୁ ୪୦ ବର୍ଷ ମଧ୍ୟରେ ୬୪% ଓ ୪୧ରୁ ୬୦ବର୍ଷ ମଧ୍ୟରେ ୨୯% ଲୋକ ରହିଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରେ ୭୨% ପୁରୁଷ ଓ ୨୮% ମହିଳା ଅଛନ୍ତି।

Hot this week

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

Related Articles

Popular Categories