ଭୁବନେଶ୍ବର: ରାଜ୍ୟରେ କୋଭିଡ୍-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ କରିଥିବା ଅଭିଯୋଗରେ ୨୪ ଘଣ୍ଟା ମଧ୍ୟରେ ୨୦ ଟି ମାମଲା ଦାୟର କରାଯାଇଛି। ଏଥି ମଧ୍ୟରୁ ୧୫ଟି ମାମଲା ଲକ୍ ଡାଉନ୍ ସଂପର୍କିତ ହୋଇଥିବାବେଳେ, ୧ଟି ମାମଲା ହୋମ୍ କ୍ୱରାଣ୍ଟାଇନ୍ ଉଲ୍ଲଂଘନ ଏବଂ ୪ଟି ମାମଲା ଅନ୍ୟାନ୍ୟ କାରଣ ପାଇଁ ଅଟେ। ୩୨ ଜଣଙ୍କୁ ବିଭିନ୍ନ ଅଭିଯୋଗରେ ଗିରଫ କରାଯାଇଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୪,୦୧,୬୪୪ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛି। ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୮,୭୫୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୩,୩୦୯ ଜଣ ରୋଗୀ ସଂପୂର୍ଣ୍ଣ ସୁସ୍ଥ ହୋଇଛନ୍ତି/ଡାକ୍ତରଖାନାରୁ ଫେରିଛନ୍ତି। ଆଜିର ସୁସ୍ଥ ସଂଖ୍ୟା-୪୦୦। ୧୦୩ ଜଣ କୋଭିଡ୍-୧୯ ରୋଗୀଙ୍କର ମୃତୁ୍ୟ ହୋଇଛି। ସକ୍ରିୟ ଥିବା ସଂକ୍ରମିତଙ୍କ ସଂଖ୍ୟା ୫,୩୧୪ ରହିଛି। ୫,୭୧୪ ଜଣ ହସ୍ପିଟାଲ୍ ଆଇସୋଲେସନ୍ରେ ରହିଛନ୍ତି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
କୋଭିଡ୍-୧୯ ନିୟମ ଉଲ୍ଲଙ୍ଘନ: ୨୪ ଘଣ୍ଟାରେ ୨୦ଟି ମାମଲା, ୩୨ ଗିରଫ
Popular Categories



