www.samajalive.in
Saturday, December 6, 2025
26.1 C
Bhubaneswar

‘କଣ୍ଟାକ୍ଟ ଟ୍ରେସିଂ’ ପାଇଁ ଭୁବନେଶ୍ବରରେ ଖୋଲିଲା ନିୟନ୍ତ୍ରଣ କକ୍ଷ

ଭୁବନେଶ୍ବର: କୋଭିଡ୍‌-୧୯ ସଂକ୍ରମଣ ସ୍ଥିତିରେ ପଜିଟିଭ୍‌ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଚିହ୍ନଟ କରିବା (କଣ୍ଟାକ୍ଟ ଟ୍ରେସିଂ) ଏକ ବଡ଼ ଆହ୍ୱାନ। ଏହି କଣ୍ଟାକ୍ଟ ଟ୍ରେସିଂ ପାଇଁ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି । ଯେଉଁଠାରେ ପଜିଟିଭ୍‌ ଚିହ୍ନଟ ହେଉଛନ୍ତି, ସେମାନଙ୍କୁ ତୁରନ୍ତ ନିୟନ୍ତ୍ରଣ କକ୍ଷର ସୂଚନା ପ୍ରଯୁକ୍ତି ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରି ବ୍ୟାପକ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି। ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି କଣ୍ଟ୍ରୋଲ୍‌ ରୁମ୍‌ ପରିଚାଳନା କରୁଛନ୍ତି। ଡାକ୍ତରମାନଙ୍କୁ ନେଇ ଏକ ପର୍ଯ୍ୟବେକ୍ଷଣ ଦଳ ଗଠନ କରାଯାଇଛି।
କଣ୍ଟାକ୍ଟଟ୍ରେସିଂରେ ସ୍ଥାନୀୟ ଜନସାଧାରଣ ବା ଗୋଷ୍ଠୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଯେଉଁଠାରେ କୋଭିଡ୍‌ ରୋଗୀ ଚିହ୍ନଟ ହେଉଛନ୍ତି, ସେଠାରେ ନାଗରିକମାନେ ନିଜ ଆଡୁ ନିଗମର ପର୍ଯ୍ୟବେକ୍ଷଣ ଦଳକୁ ସମସ୍ତ ସୂଚନା ପ୍ରଦାନ କରି ସହଯୋଗ କରିବାକୁ ବିଏମ୍‌ସି ପକ୍ଷରୁ ନିବେଦନ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ଦ୍ୱାରା ନିୟୋଜିତ କୋଭିଡ୍‌ ସଚେତକ ସେ୍ୱଚ୍ଛାସେବୀମାନେ ୱାର୍ଡ ନଂ-୪୧ରେ କୋଭିଡ୍‌ ନିୟମାବଳୀ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିଛନ୍ତି। ଏହି ୱାର୍ଡରେ ଥର୍ମାଲ୍‌ ସ୍କ୍ରିନିଂ ମଧ୍ୟ କରାଯାଇଥିଲା ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories