ଫେରିଲା କୋଭିଡ କଟକଣା : ସମ୍ବଲପୁର ମହାନଗର ନିଗମ ପକ୍ଷରୁ ମାର୍ଗଦର୍ଶିକା ଜାରି

ସମ୍ବଲପୁର : ବିଗତ ୨ ବର୍ଷ ହେବ କରୋନାର କରାଳ ସଙ୍କଟ ଜାରି ରହିଥିବା ବେଳେ ବିଗତ କିଛି ମାସ ହେବ ଏହା ସମ୍ପୁର୍ଣ୍ଣ ନିମ୍ନଗାମୀ ହୋଇଥିବାରୁ ସରକାର କଟକଣା ହଟାଇ ଦେଇଥିଲେ । ତେବେ ବିଗତ କିଛି ଦିନ ହେବ ପୁର୍ନବାର ଦେଶ ସମେତ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବୁଧବାର ପୁଣି କୋଭିଡ କଟକଣା ଜାରି କରାଯାଇଛି । କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସମସ୍ତ ରାସ୍ତାକଡ ଖାଦ୍ୟପେୟ ଦୋକାନ ଗୁଡିକ କୋଭିଡ ନିୟମ ମାନିବା ସହିତ ଅଧିକା ଭିଡ ନ କରିବା, ଯଦି ଭିଡ ଅଧିକ ହୁଏ ତାହା ହେଲେ ଘରକୁ ଖାଦ୍ୟ ନେଇଯିବାର ବ୍ୟବସ୍ଥା, ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ କୋଭିଡ ନିୟମକୁ କଡାକଡି ପାଳନ ସହିତ ୬ ଫୁଟ ଦୂରତା ବଜାୟ, ମାସ୍କ ପରିଧାନ, ମଲ ଗୁଡିକରେ ଥର୍ମାଲ ସ୍କ୍ରିନିଂ, ସାନିଟାଇଜରର ବ୍ୟବସ୍ଥା, ସପିଂ ମଲ ଗୁଡିକରେ ଜଣେ ସ୍ୱତନ୍ତ୍ର କୋଭିଡ ଅଧିକାରୀ ଦାୟିତ୍ୱରେ ରହି କୋଭିଡ ନିର୍ଦ୍ଦେଶ ପାଳନକୁ ସୁନିଶ୍ଚିତ କରିବେ, ସ୍ପା ଓ ସେଲୁନ ଗୁଡିକରେ କୋଭିଡ ନିୟମ ପାଳନ, ସମସ୍ତ ପ୍ରକାର ପ୍ରେକ୍ଷାଳୟ, ସିନେମା ହଲ ଆଦିରେ ମାସ୍କ ପରିଧାନ ଓ କୋଭିଡ ନିୟମ ପାଳନ ଆଦି କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ସେହିଭଳି ଏହି ଚିଠିରେ ସମ୍ବଲପୁର ମହାନଗର ନିଗମ ମଧ୍ୟରେ ଏବଂ ବାହାରୁ ଆସୁଥିବା ବ୍ୟକ୍ତି ମାନେ ମାସ୍କ ପରିଧାନ ସହିତ ବାରମ୍ବାର ହାତ ଧୋଇବା ପାଇଁ ପରାମର୍ଶ ଦିଆଯାଇଛି । ନିୟମ ଉଲ୍ଲଂଘନକାରୀ ମାନଙ୍କୁ କଠୋର ଦଣ୍ଡ ବିଧାନ କରାଯିବ ବୋଲି ନିଗମ କତ୍ତୃପକ୍ଷ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି । ନିଗମ ପକ୍ଷରୁ ଜାରି ଏହି ମାର୍ଗଦର୍ଶିକା ଜାରି ପରେ ପୁର୍ନବାର କୋଭିଡ କଟକଣା ଫେରି ଆସିଛି ବୋଲି ସହରରେ ଚର୍ଚ୍ଚା ଜୋର ଧରିଛି ।

kalyan agarbati

Comments are closed.