ରାଜ୍ୟରେ ଥମୁନି କରୋନା ମୃତ୍ୟୁ ; ଆଉ ୩୪ ଆକ୍ରାନ୍ତ ମୃତ

ଭୁବନେଶ୍ୱର  : ରାଜ୍ୟରେ ଥମୁନି କରୋନା ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ଦିନକରେ ଆଉ ୩୪ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ମୃତକଙ୍କ ମଧଧ୍ୟରେ ୧୪ ଜଣ ମହିଳା ରହିଛନ୍ତି। ଅନୁଗୁଳରୁ ସର୍ବାଧିକ ୫ ଜଣ, ଖୋର୍ଦ୍ଧା ଓ କଳାହାଣ୍ଡିରୁ ୪ ଲେଖାଏଁ, ବୌଦ୍ଧ, ନୂଆପଡା ଓ ସୁନ୍ଦରଗଡରୁ ୩ ଲେଖାଏଁ, ଗଜପତି, ଝାରସୁଗୁଡା, କେନ୍ଦ୍ରାପଡା,ନବରଙ୍ଗପୁର ଓ ରାୟଗଡା ଜିଲାରୁ ୨ ଲେଖାଏଁ ସେହିପରି ଢେଙ୍କାନାଳ ଓ ପୁରୀ ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୬୧୮ରେ ପହଞ୍ଚିଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.