www.samajalive.in
Saturday, December 6, 2025
23.1 C
Bhubaneswar

କୋଭିଡ ସଂକ୍ରମଣ ରାଜ୍ୟରେ ପୁଣି ଉପରମୁହାଁ, ୨୪ ଘଣ୍ଟାରେ ୨୮୦୬ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ ସଂକ୍ରମଣର ଦ୍ୱିତୀୟ ଲହର ପରିସ୍ଥିତିରେ କ୍ରମଶଃ ସୁଧାର ପରିଲକ୍ଷିତ ହେବାପରେ ରାଜ୍ୟ ସରକାର ତାଲାବନ୍ଦ କଟକଣାକୁ କୋହଳ କରିବା ପରେ ଏବେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। କୋଭିଡ କଟକଣାକୁ ଜାଣିଶୁଣି ଉଲ୍ଲଂଘନ କରୁଥିବା କିଛି ଲୋକଙ୍କ ପାଇଁ ପରିସ୍ଥିତି ଅଣାୟତ୍ତ ଆଡକୁ ଚାଲିଯିବା ଆଶଙ୍କା ପୁନର୍ବାର ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୨୮୦୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୧୩ ଏବଂ ସ୍ଥାନୀୟ ସଂକ୍ରମିତ ୧୧୯୩ ଜଣ ରହିଛନ୍ତି।

- Advertisement -

ଏହି ସମୟ ମଧ୍ୟରେ ଅନୁଗୁଳ ଜିଲାରୁ ୧୦୨, ବାଲେଶ୍ୱର ୧୫୩, ବରଗଡ ୩୩, ଭ୍ରଦକ ୮୩, ବଲାଙ୍ଗୀର ୧୦, ବଉଦ ୯ ଏବଂ କଟକ ଜିଲାରୁ ୪୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୪, ଢେଙ୍କାନାଳ ୧୨୪, ଗଜପତି ୬, ଗଞ୍ଜାମ ୧୬, ଜଗତସିଂହପୁର ୧୧୯, ଯାଜପୁର ୨୫୨, ଝାରସୁଗୁଡା ୧୦ ଓ କଳାହାଣ୍ଡିରୁ ୨୫ ଜଣଙ୍କୁ ଚିହ୍ନଟ କରାଯାଇଛି।

କନ୍ଧମାଳ ଜିଲାରେ ୧୭ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ ୫୭, କେନ୍ଦୁଝର ୭୨, ଖୋର୍ଦ୍ଧାରୁ ସର୍ବାଧିକ ୫୯୦, କୋରାପୁଟ ୨୯, ମାଲକାନଗିରି ୩୫ ଓ ମୟୁରଭଞ୍ଜରୁ ୧୦୯ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ନବରଙ୍ଗପୁର ଜିଲାରେ ୨୦, ନୟାଗଡ ୮୬, ନୂଆପଡା ୭, ପୁରୀ ୧୩୮, ରାୟଗଡା ୩୦, ସମ୍ବଲପୁର ୨୬, ସୋନପୁର ୧୬, ସୁନ୍ଦରଗଡ ୬୫ ଏବଂ ଷ୍ଟେଟପୁଲରୁ ୧୧୯ ଜଣଙ୍କୁ ଚିହ୍ନଟ କରାଯାଇଛି।

ଏଥିସହିତ ରାଜ୍ୟରେ ସଂକ୍ରମଣ ହାର ୩.୫୭%କୁ ବୃଦ୍ଧିପାଇଛି। ରାଜ୍ୟରେ ସଂପ୍ରତି ୨୭୪୨୯ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories